ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ଟିକାକରଣ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ବର: କରୋନା ଭାଇରସ ମହାମାରୀ ବିପକ୍ଷରେ ବିଜୟ ପାଇଁ ସମଗ୍ର ଦେଶ ସମେତ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରୁ ଓଡ଼ିଶାରେ ମଧ୍ୟ ଟିକାକରଣ ଜାରି ରହିଛି। ରାଜ୍ୟରେ ଆଜି ଦିନ ୩ଟା ସୁଦ୍ଧା ନିର୍ଦ୍ଧାରିତ ଲକ୍ଷ୍ୟର ୫୩ ପ୍ରତିଶତ ‌ଟିକାକରଣ ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ ଜିଲ୍ଲାରେ ସର୍ବାଧିକ ୮୧ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବନିମ୍ନ ୩୧ ପ୍ରତିଶତ ହୋଇଛି। ଭଦ୍ରକ ଜିଲ୍ଲାରେ ୩୦୦ରୁ ୨୪୩ ଜଣ ଓ ସୁବର୍ଣ୍ଣପୁରରେ ୨୦୦ରୁ ୬୨ ଜଣ ଟିକା ନେଇଛନ୍ତି।

Sambad, Dhenkanal

ସେହିପରି ଅନୁଗୁଳ ଜିଲ୍ଲାରେ ୪୮ ପ୍ରତିଶତ, ବଲାଙ୍ଗୀର ଜିଲ୍ଲାରେ ୩୨, ବାଲେଶ୍ବର ଜିଲ୍ଲାରେ ୫୮, ବୌଦ୍ଧ ଜିଲ୍ଲାରେ ୪୩ , କଟକ ଜିଲ୍ଲାରେ ୪୬, ଦେବଗଡ଼ ଜିଲ୍ଲାରେ ୩୪ , ‌‌ଢେଙ୍କାନାଳ ଜିଲ୍ଲାରେ ୫୮ , ଗଜପତି ଜିଲ୍ଲାରେ ୬୧ , ଗଂଜାମ ଜିଲ୍ଲାରେ ୬୫ , ଜଗତସିଂହପୁର ଜିଲ୍ଲାରେ ୫୨ , ଯାଜପୁର ଜିଲ୍ଲାରେ ୪୫ , ଝାରସୁଗୁଡ଼ା ଜିଲ୍ଲାରେ ୪୬ , କଳାହାଣ୍ଡି ଜିଲ୍ଲାରେ ୫୪, କନ୍ଧମାଳ ଜିଲ୍ଲାରେ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪ , କେନ୍ଦୁଝର ଜିଲ୍ଲାରୁ ୩୩  ଓ ଖୋର୍ଦ୍ଧା ଜିଲ୍ଲାରେ ୫୪ ପ୍ରତିଶତ ଟିକାକରଣ ହୋଇଛି।

ET HealthWorld

ସେହିପରି କୋରାପୁଟ ଜିଲ୍ଲାରେ ୫୨ ପ୍ରତିଶତ, ମାଲକାନଗିରି ଜିଲ୍ଲାରେ ୬୫ , ମୟୂରଭଂଜ ଜିଲ୍ଲାରେ ୬୧, ନବରଂଗପୁର ଜିଲ୍ଲାରେ ୪୪ , ନୟାଗଡ଼ ଜିଲ୍ଲାରେ ୫୫ , ନୂଆପଡ଼ା ଜିଲ୍ଲାରେ ୫୩ , ପୁରୀ ଜିଲ୍ଲାରେ ୬୧ , ରାୟଗଡ଼ା ଜିଲ୍ଲାରେ ୬୬ , ସମ୍ବଲପୁର ଜିଲ୍ଲାରେ ୪୫  ଓ ସୁନ୍ଦରଗଡ଼ ଜିଲ୍ଲାରେ ୫୦ ପ୍ରତିଶତ ଟିକାକରଣ ହୋଇଛି। ରାଜ୍ୟରେ ଆଜି ମୋଟ ୧୬ ହଜାର ୩୪୭ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଦିନ ୩ଟା ସୁଦ୍ଧା ୮ ହଜାର ୬୭୫ ଜଣଙ୍କୁ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର