ବୌଦ୍ଧ: ଆସିଲା ୩୫୦୦ ଟିକା, ଆଜିଠୁ ୪ କେନ୍ଦ୍ରରେ ଟିକାଦାନ

ବୌଦ୍ଧ : କରୋନା ଟିକା ଶେଷ ହୋଇଯିବା ଯୋଗୁଁ ୨ ଦିନ ଜିଲ୍ଲାର ସମସ୍ତ ଟିକାଦାନ କେନ୍ଦ୍ର ବନ୍ଦ ରହିଥିଲା। ବୁଧବାର ଜିଲ୍ଲାକୁ ୩୫୦୦ ଟିକା ଆସିଛି। ତେବେ ଆବଶ୍ୟକତା ଠାରୁ କମ୍‌ ପରିମାଣରେ ଟିକା ଆସିଥିବାରୁ ଜିଲ୍ଲାର ୧୧ ଟି ଟିକାଦାନ କେନ୍ଦ୍ର ବଦଳରେ କେବଳ ୪ଟି ଟିକାଦାନ କେନ୍ଦ୍ର ଖୋଲିବ ବୋଲି ଜଣାଯାଇଛି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ବୌଦ୍ଧ ଟିକାଦାନ କେନ୍ଦ୍ରକୁ ୭ ଶହ ଡୋଜ, ମନମୁଣ୍ଡା କେନ୍ଦ୍ରକୁ ୧୧ ଶହ ଡୋଜ, ବାଉଁଶୁଣୀ କେନ୍ଦ୍ରକୁ ୯ଶହ ଡୋଜ ଓ ପୁରୁଣାକଟକ କେନ୍ଦ୍ରକୁ ୮ଶହ ଡୋଜ ପଠାଯାଇଛି। ଗୁରୁବାରଠାରୁ ଏହି ଟିକା ଦିଆଯିବ। ଜିଲ୍ଲାରେ ଦୈନିକ ମୋଟ୍‌ ୨୧ ଶହ ଟିକାଦାନ କରାଯାଇଥିବା ବେଳେ ଆବଶ୍ୟକତା ଦେଖି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନ କହିଛନ୍ତି। ତେବେ ଦ୍ବିତୀୟ ଡୋଜ ନେବା ପାଇଁ ଅନେକ ବ୍ୟକ୍ତି ଥିବାରୁ ନିର୍ଦ୍ଧାରିତ ସମୟରେ ଟିକା ପହଞ୍ଚାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର