ରାଉରକେଲା: କରୋନାକୁ ପ୍ରତିହତ କରିବା ପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ୍ ବଳବତ୍ତର ରହିଥିଲା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଟେଷ୍ଟିଙ୍ଗ ଓ ଟିକାକରଣକୁ ତ୍ବରାନ୍ବିତ କରାଯାଇଛିl ଆଜି ଠାରୁ ସେକ୍ଟର ୧୮ ସୋସିଆଲ ହୋମ୍ ପରିସରରେ ନୂଆ ଟିକାକରଣ କେନ୍ଦ୍ରରେ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ଯୋଗାଇ ଦିଆଯାଇଛିl
/sambad/media/post_attachments/wp-content/uploads/2021/05/r8.jpg)
ଆର୍ ଏସ ପି ତରଫରୁ ବସିବାକୁ ତଥା ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ କୈାଣସି ବନ୍ଦୋବସ୍ତ କରା ନ ଯାଇ ନାହିଁ l ଫଳରେ ସାମାଜିକ ଦୂରତା ନିୟମକୁ ଫୁ କରି ଦେଇଥିଲେ ସମସ୍ତେ l ଟିକା ନେବାକୁ ପରସ୍ପର ମଧରେ ଚାଲିଥିଲା ଠେଲାପେଲା l ଯେମିତି କାହାରି ମଧ୍ୟରେ ସଂକ୍ରମଣ ଭୟ ନ ଥିଲାl ସ୍ଥିତି ଏମିତି ହୋଇଥିଲା ଯେ ମୁଣ୍ଡ ବୁଲାଇ ୫ରୁ ୬ ଜଣ ବୟସ୍କ ଲୋକ ତଳେ ଅଚେତ୍ ହୋଇ ପଡ଼ିଯିବାରୁ ସେମାନଙ୍କୁ ଡାକ୍ତରଖାନା ନେବା ପରେ ସେମାନଙ୍କ ଚିକିତ୍ସା କରାଯାଇଥିଲll କୋଭିଡ ପରିଚାଳନା ନେଇ ଆର୍ ଏସ ପି ତାର ରୁଗଣ ମାନସିକତାରୁ ବାହାରକୁ ଆସୁ ନଚେତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରକୁ ଛାତ୍ର ବିଜେଡ଼ି ତରଫରୁ ଘେରାଉ କରାଯିବ ବୋଲି ଛାତ୍ର ବିଜେଡି ସଭାପତି ରାକେଶ କୁମାର ସ୍ବାଇଁ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/r.jpg)