ଲୋକସେବା ଭବନରେ ଟିକାକରଣ ୧୭ରୁ

ଭୁବନେଶ୍ବର : ଲୋକସେବା ଭବନରେ କର୍ମଚାରୀମାନଙ୍କର ଦ୍ବିତୀୟ ଡୋଜ୍ ଟିକାକରଣ ପାଇଁ ଏକ ସ୍ବତନ୍ତ୍ର ଶିବିର ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ହେବାକୁ ଥିବା ଏହି ଶିବିର ୨୬ ତାରିଖ ଯାଏ ଚାଲିବ। ୨୦ ତାରିଖ ରବିବାର ଦିନ ଟିକାକରଣ ବନ୍ଦ ରହିବ। କେଉଁ ଦିନ କେଉଁ ବିଭାଗର କର୍ମଚାରୀ ଟିକା ନେବେ, ତାହାର ତାଲିକା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇ ସବୁ ବିଭାଗକୁ ଜଣାଇ ଦିଆଯାଇଛି। ଶିବିର ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବାକୁ ବିଏମ୍‌ସି କମିସନର୍‌ ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର