ଭୁବନେଶ୍ବର : ଆଜି ବାଲେଶ୍ବର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ସୂଚନା ଦିଆଯାଇଛି। ତେବେ ଅନ୍ୟ ୨୭ ଜିଲ୍ଲାରେ ଆଜି ୬୭୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।
ରାଜ୍ୟରେ ଗୁରୁବାର ସମୁଦାୟ ୫୯୩ ଟିକାକରଣ ଅଧିବେଶନରେ ୯୯,୫୩୭ ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୭୨,୮୮୦ଜଣ, ୪୫ବର୍ଷରୁ ଅଧିକ ୨୦,୯୬୩ଜଣ ପ୍ରଥମ ଓ ୪୧୩୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାକୁ ମିଶାଇ ସମୁଦାୟ ୭୩ଲକ୍ଷ ୭୮ହଜାର ୧୯୭ଜଣ କରୋନା ଟିକା ନେଇ ସାରିଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vaccine-covid-aaa.jpg)