ଆଜି ବାଲେଶ୍ବରରେ ହେବନି ଟିକାକରଣ

ଭୁବନେଶ୍ବର : ଆଜି ବାଲେଶ୍ବରରେ କରୋନା ଟିକାକରଣ ବନ୍ଦ ରହିବ। ଏହା ସତ୍ତ୍ବେ ରାଜ୍ୟରେ ୭୯୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଅପରପକ୍ଷରେ ରବିବାର ସତ୍ତ୍ବେ ୧୩ ହଜାରରୁ ଅଧିକ ଲୋକ ଟିକା ନେଇଛନ୍ତି। ଏଥିରେ ୪୫ ବର୍ଷରୁ ଅଧିକ ୮୩୨୧ ଜଣ ପ୍ରଥମ ଓ ୨୩୬ଜଣ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ସେହିପରି ୧୮-୪୪ବର୍ଗର ୫୨୩୧ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମିଶାଇ ୧୮ଜଣ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ଟିକାକରଣ ସଂଖ୍ୟା ୭୦ଲକ୍ଷ ୨୦ହଜାର ୩୫୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ବଢ଼ି ବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ୧୨୩ ପ୍ରତିଶତ ଯୋଦ୍ଧା ପ୍ରଥମ ଡୋଜ୍ ଓ ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ପ୍ରତିଶତ ପ୍ରଥମ ଡୋଜ୍ ଓ ୮୮ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକାକୁ ମିଶାଇ ‌ଏବେ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଡୋଜ୍ ମହଜୁଦ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର