ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟରେ ଆଗକୁ ମଧ୍ୟ ମାଗଣାରେ ଟିକାକରଣ ଜାରି ରହିବ। ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିକାକରଣ ଅବଧି ଗତକାଲି ସରିଥିଲା। ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ପର୍ୟ୍ଯନ୍ତ କୋଭିଡ ଟିକାକରଣର ଅମୃତ ମହୋତ୍ସବ ଚାଲିଥିଲା। ଏହି କ୍ରମରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ ଟୀକା ଦିଆ ହେଉଥିଲା। ଏହି ଅବଧି ମଧ୍ୟରେ ଏକ କୋଟି ୨୧ ଲକ୍ଷ ୫୦ହଜାର ପ୍ରିକସନ ଡୋଜ ଟୀକା ଦିଆ ଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ମାଗଣା ଟୀକା ଆଗରୁ ଦିଆଯାଉଥିଲା। ସେମାନଙ୍କର ୪୫ ପ୍ରତିଶତ ଲୋକ ମଧ୍ୟ ଟୀକା ନେଇ ସାରିଛନ୍ତି। ୩୮ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି। ଯଦିବା ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ସରିଯାଇଛି ତଥାପି ଆଗକୁ ମାଗଣା ଟିକାକରଣ ଚାଲୁରହିବ।
/sambad/media/post_attachments/wp-content/uploads/2022/04/vaccine1.jpg) Image Courtesy of The Economic Times
 Image Courtesy of The Economic Timesଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଟିକାକରଣ ବନ୍ଦ ପାଇଁ କୌଣସି ନିର୍ଦେଶ ଆସିନାହିଁ। ତେଣୁ ରାଜ୍ୟରେ ଯେତିକି ଟୀକା ମହଜୁଦ ଅଛି ସେଗୁଡିକ ନସରିବା ଯାଏଁ ମାଗଣା ଟିକାକରଣ ଚାଲୁରହିବ। ସାଢ଼େ ତିନି ଲକ୍ଷ ଟୀକା ରାଜ୍ୟରେ ଏବେ ମହଜୁଦ ଅଛି। ଆଜି କିମ୍ବା କାଲି ଭିତରେ ଆଉ କିଛି ଟୀକା ଆସିବାର ଅଛି। ପ୍ରଥମ ଡୋଜ ୯୭ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ଵିତୀୟ ଡୋଜ ୯୧ ପ୍ରତିଶତ ଲୋକ ନେଇ ସାରିଲେଣି। ପ୍ରିକସନ ଡୋଜ ନେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ ଅଛି। ଓଡ଼ିଶାରେ ଏକ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି। ବର୍ତ୍ତମାନ ୧୧୫୦ ଟୀକା କେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି। ପାର୍ବଣ ଋତୁରେ ଗହଳି ହେବ। ତା ପୂର୍ବରୁ ଲୋକ ଦୁଇଟି ଡୋଜ ନେଇସାରିଛନ୍ତି। ତେଣୁ ବିଶେଷ କିଛି ଅସୁବିଧା ହେବନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/bijay-panigrahi.jpg)
