ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୭୦ଲକ୍ଷ ଟପି ଯାଇଛି। ଶନିବାର ରାଜ୍ୟରେ ୫୫୯ ଅଧିବେଶନରେ ୮୬,୫୬୧ଜଣଙ୍କୁ ଟିକା ଦିଆଯିବା ପରେ ସମୁଦାୟ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୭୦ଲକ୍ଷ ୬ହଜାର ୫୪୭କୁ ବୃଦ୍ଧି ପାଇଛି। ଆସନ୍ତାକାଲି ୪୨ଟି ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ସୋମବାର ୭୧୪ ଅଧିବେଶନରେ ଟିକା ଦିଆଯିବ।

Advertisment

ଶନିବାର ରାଜ୍ୟରେ ୧୮-୪୪ବର୍ଗର ୨୮,୮୦୬ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୨ଲକ୍ଷ ୯୪ହଜାର ଏହି ବର୍ଗରେ ଟିକା ନେଇ ସାରିଲେଣି। ସେହିପରି ୪୫ ବର୍ଷରୁ ଅଧିକ ୫୦,୯୩୨ଜଣ ପ୍ରଥମ ଡୋଜ୍ ଓ ୪୦୨୨ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୪୫ ବର୍ଷରୁ ଅଧିକ ୪୬ଲକ୍ଷ ୧୫ହଜାର ୩୮୮ଜଣ ପ୍ରଥମ ଡୋଜ୍ ଓ ୧୦ଲକ୍ଷ ୪୭ହଜାର ୧୨୪ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ, ୮୭ ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୩ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ରାଜ୍ୟରେ ଏବେ ସୁଦ୍ଧା ୯ଲକ୍ଷରୁ ଅଧିକ ଟିକା ମହଜୁଦ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।