ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ୯,୦୦୦ ହିତାଧିକାରୀଙ୍କୁ ଦିଆଯିବ କୋଭାକ୍ସିନ୍, ଅନ୍ୟ ଜିଲ୍ଲାବାସୀ ନେବେ କୋଭିସିଲ୍ଡ ଟିକ‌ା

ଭୁବନେଶ୍ବର: ରାଜ୍ୟରେ ଦୁଇଟି କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚିସାରିଛି। କୋଭିସିଲ୍ଡର ୪ ଲକ୍ଷ ୮ହଜାର‌ ଡୋଜ୍‌ ଆସିଥିବା ବେଳେ କୋଭାକ୍ସିନର ୨୦ହଜାର ଡୋଜ ଆସି ଆଜି ଭୁବନେଶ୍ବରରେ ପହଞ୍ଚିଛି। ତେବେ ଆସନ୍ତା ୧୬ରୁ ଟୀକାକରଣ ଆରମ୍ଭ ହେବାକୁ ଥିବା ବେଳେ କାହାକୁ କେଉଁ ଟିକା ଦିଆଯିବ ଏବଂ କେଉଁ ଜିଲ୍ଲାରୁ କେତେ ଜଣ ପ୍ରଥମ ପର୍ଯ୍ୟାୟରେ ଟିକା ନେବେ ତାହାର ଏକ ସୂଚୀ ପ୍ରସ୍ତୁତ ହୋଇଛି। କେବଳ ଭୁବନେଶ୍ବରବାସୀଙ୍କୁ କୋଭାକ୍ସିନ ଟିକା ଦିଆଯିବାକୁ ଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯିବ। ଭୁବନେଶ୍ବରରେ ୯,୦୦୦ ହିତାଧିକାରୀ କୋଭାକ୍ସିନ ଟିକା ନେବା ସହ ଅନ୍ୟ ଜିଲ୍ଲାରେ ୧୮୩୫୫୫ଜଣ ହିତାଧିକାରୀ କୋଭିସିଲ୍ଡ ଟିକା ନେବେ।

୧୮୩୫୫୫ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୪୫୯୦ଜଣ କୋଭିସିଲ୍ଡ ଟିକା ନେବା ସହ ବଲାଙ୍ଗୀରରୁ ୭୨୦୦, ବାଲେଶ୍ବରରୁ ୭୫୬୦, ବରଗଡ଼ରୁ ୬୫୨୫, ଭଦ୍ରକରୁ ୪୯୯୫, ବୌଦ୍ଧରୁ ୧୭୫୫, କଟକରୁ ୧୭୧୯୦, ଦେଓଗଡ଼ରୁ ୧୪୮୫, ଢ଼େଙ୍କାନାଳରୁ ୪୫୦୦, ଗଜପତିରୁ ୪୦୫୦, ଗଞ୍ଜାମରୁ ୧୫୧୨୦, ଜଗତସିଂହପୁରରୁ ୪୫୯୦, ଯାଜପୁରରୁ ୬୮୮୫, ଝାରସୁଗୁଡ଼ାରୁ ୨୮୮୦, କଳାହାଣ୍ଡିରୁ ୬୧୨୦, କନ୍ଧମାଳରୁ ୪୫୯୦, କେନ୍ଦ୍ରାପଡ଼ାରୁ ୪୯୯୫, କେନ୍ଦୁଝରରୁ ୭୨୯୦, ଖୋର୍ଦ୍ଧାରୁ ୫୫୩୫, କୋରାପୁଟରୁ ୭୪୭୦, ମାଲକାନଗିରିରୁ ୩୨୪୦, ମୟୂରଭଞ୍ଜରୁ ୧୦୭୧୦, ନବରଙ୍ଗପୁରରୁ ୬୩୦୦, ନୟାଗଡ଼ରୁ ୩୬୦୦, ନୂଆପଡ଼ାରୁ ୩୨୪୦, ପୁରୀରୁ ୬୩୦୦, ରାୟଗଡ଼ାରୁ ୪୮୬୦, ସମ୍ବଲପୁରରୁ ୬୭୫୦, ସୁବର୍ଣ୍ଣପୁରରୁ ୩୨୮୫, ସୁନ୍ଦରଗଡ଼ରୁ ୯୯୪୫ଜଣ କୋଭିସିଲ୍ଡ ଟିକା ନେବେ।

DCGI approves COVID-19 vaccine by SII, Bharat Biotech for restricted emergency use | The News Minute
The News Minute

ରାଜ୍ୟ ଭ୍ୟାକ୍ସିନ ଇଂନଚାର୍ଜ ବିଜୟ ପାଣିଗ୍ରାହୀଙ୍କ କହିବା ମୁତାବକ, ରାଜ୍ୟକୁ ବର୍ତ୍ତମାନ ମୋଟ ୪,୨୮,୦୦୦ଟିକା ଆସି ପହଞ୍ଚିଛି। ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବା ସହ ଭୁବନେଶ୍ୱରକୁ ଛାଡି ଅନ୍ୟସ୍ଥାନରେ କୋଭିସିଲ୍ଡ ଟିକା ଦିଆଯିବ। ପ୍ରଥମ ଡୋଜରେ ୫୦% ଟିକା ବ୍ୟବହାର କରାଯିବା ସହ ୨୮ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ।

ଅନ୍ୟପକ୍ଷରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ରାଜ୍ୟକୁ ୨ଟି କମ୍ପାନିର ଟିକା ଆସିଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ କମ୍ପାନିର ଟିକା ଦିଆଯିବ ୨୮ ଦିନ ପରେ ଦିଆଯିବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ସେହି କମ୍ପାନିର ଟିକା ଦିଆଯିବ। ଆସନ୍ତା ୧୬ ତାରିଖ ପାଇଁ ୫ଟି ଟୀକାକରଣ କେନ୍ଦ୍ର ପ୍ରସ୍ତୁତ ରହିଛି। ୨୬ଟି ଅର୍ବାନ୍ ପିଏଚସି ଏବଂ ସିଏଚସି ସାଙ୍ଗକୁ କ୍ୟାପିଟାଲ ହସ୍ପିଟାଲ ଏବଂ ୧୮ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଏହା ସହ ଏମ୍ସରେ ମଧ୍ୟ ଟୀକାକରଣ ବ୍ୟବସ୍ଥା ରହିବ। କେବଳ ସେତିକି ନୁହଁ ଭ୍ୟାକ୍ସିନେଟର ଓ ଭ୍ୟାକ୍ସିନେସନ ଅଫିସରମାନଙ୍କ ତାଲିକା ବି ପ୍ରସ୍ତୁତ ସରିଛି। ଆସନ୍ତାକାଲି ସୁଦ୍ଧା ସେ ତଥ୍ୟ ରାଜ୍ୟ ସରକାରଙ୍କୁ ପଠାଯିବ।

ସମ୍ବନ୍ଧିତ ଖବର