ସମ୍ବଲପୁର : ବୁଧବାର ସମ୍ବଲପୁର ଜିଲ୍ଲାରେ ଟିକାକରଣ ୨ ଲକ୍ଷ ଟପିଛି। ଜିଲ୍ଲାରେ ବୁଧବାର ଦିଆ ଯାଇଥିବା ୪୯୫୮ ଡୋଜ୍ ଟିକାକୁ ମିଶାଇ ମୋଟ ୨ ଲକ୍ଷ ୨ ହଜାର ୩୬୮ ଡୋଜ୍ ଟିକା ଦିଆ ସରିଛି।
ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ୧୮ ତାରିଖ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଯ ୧ ଲକ୍ଷ ୯୭ ହଜାର ୩୬୮ ଡୋଜ୍ ଟିକା ଦିଆ ଯାଇଥିଲା। ବୁଧବାର ୧୮ ବର୍ଷରୁ ଊର୍ଧ୍ବ ବର୍ଗର ୩୫୨୦ ଜଣଙ୍କୁ, ୪୫ ବର୍ଷରୁ ଅଧିକ ବୟସ୍କ ୧୧୪୧ ଜଣଙ୍କୁ ଓ ସମ୍ମୁଖ କରୋନା ଯୋଦ୍ଧା ୨୯୭ ଜଣଙ୍କୁ ଟିକା ଦିଆଯାଇଛି। ଫଳରେ ଜିଲ୍ଲାରେ ମୋଟ କୋଭିସିଲ୍ଡ ଡୋଜ୍ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ୧୮ ତାରିଖ ସୁଦ୍ଧା ଦିଆ ଯାଇଥିବା ୧,୯୭,୪୧୦ ଡୋଜ୍ରୁ ୧,୫୫,୬୮୦ ପ୍ରଥମ ଓ ୪୧,୭୩୦ ଦ୍ବିତୀୟ ଡୋଜ୍ ଟିକା ଦିଆ ଯାଇଛି। ଏହି ଟିକା ନେଇଥିବା ଲୋକଙ୍କ ଭିତରେ ୧୮ରୁ ୩୦ ବର୍ଷ ଯୁବଗୋଷ୍ଠୀର ୧୩,୫୯୭ ଜଣ, ୩୦-୪୫ ବର୍ଷ ବର୍ଗର ୧୮୪୨୯ ଜଣ, ୪୫-୬୦ ବର୍ଷ ବୟସ୍କ ୬୩,୪୫୪ ଜଣ ଓ ୬୦ ବର୍ଷରୁ ଅଧିକ ବର୍ଗର ୬୦,୧୮୩ ଜଣ ସାମିଲ ଅଛନ୍ତି। ୧୮ ତାରିଖ ସୁଦ୍ଧା ଜିଲ୍ଲାର ୭୧,୦୯୦ ଜଣ ମହିଳା ଓ ୮୪,୫୭୪ ଜଣ ମହିଳା ଅତି କମ୍ରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୪୧,୭୩୦ ଜଣ ଦ୍ବିତୀୟ ଡୋଜ୍ ବି ସଂପୂର୍ଣ୍ଣ କରିଛନ୍ତି।
ଜିଲ୍ଲାରେ ୫୨ଟି ସରକାରୀ ଓ ୫ଟି ଘରୋଇକୁ ମିଶାଇ ମୋଟ ୫୭ଟି କେନ୍ଦ୍ରରେ ଟିକାକରଣ ଅଭିଯାନ ଚାଲିଛି। ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୧୮ ବର୍ଷରୁ ଊର୍ଧ୍ବ ଯୁବଗୋଷ୍ଠୀଙ୍କ ଟିକାକରଣ କରା ଯାଉଥିବା ବେଳେ ୧୮ଟି କେନ୍ଦ୍ର ଖୋଲା ଯାଇ ଏହାକୁ ବ୍ୟାପକ କରାଯାଇଛି।