ଭୁବନେଶ୍ବର : ରାଜ୍ୟରେ ଧୀରେଧୀରେ ଟିକାକରଣ ଗତି ବଢ଼ିବାକୁ ଆରମ୍ଭ କରିଛି। ଆଜି ରାଜ୍ୟବ୍ୟାପୀ ୧୦୯୭ ଅଧିବେଶନରେ ଟିକାକରଣ ହୋଇଥିବା ବେଳେ ଆସନ୍ତାକାଲି ୧୦୬୩ ଅଧିବେଶନ ଅନୁଷ୍ଠିତ ହେବ। ଏହାସହ ସବୁ ଜିଲ୍ଲାରେ ଟିକାକରଣ ହେବ। ପୂର୍ବରୁ ଟିକା ଅଭାବରେ କିଛି ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ପଡ଼ୁଥିଲା। ଏହାସତ୍ବେ ରାଜ୍ୟରେ ସମୁଦାୟ ଟିକାକରଣ ୮୩ଲକ୍ଷ ୬୨ହଜାର ୧୦୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୮-୪୪ବର୍ଗର ୭୩,୧୧୯ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି। ଏହାସହ ୧୧,୧୭୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ବର୍ଗରେ ୭୩,୯୫୯ଜଣ ପ୍ରଥମ ଓ ୭୯୩୧ଜଣ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।
ଆଜି ୧୦୬୩ ଅଧିବେଶନରେ ଟିକାକରଣ, ରାଜ୍ୟରେ ଟିକାକରଣ ୮୩ଲକ୍ଷ ଟପିଲା
/sambad/media/post_attachments/wp-content/uploads/2021/05/vaccine-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)