ଆଜି ୨ ଜିଲ୍ଲାରେ ଟିକାକରଣ

ଭୁବନେଶ୍ବର : ଆଜି ରବିବାରରେ ରାଜ୍ୟର ୨ଟି ଜିଲ୍ଲାରେ ଟିକାକରଣ କରାଯିବ। ଗଞ୍ଜାମରେ ୧୧ ଓ ପୁରୀରେ ୧୨ ଅଧିବେଶନକୁ ମିଶାଇ ସମୁଦାୟ ୨୩ ଅଧିବେଶନରେ ଟିକାକରଣ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ରାଜ୍ୟରେ ୫୧୯ ଅଧିବେଶନରେ ୬୮,୬୩୩ ଜଣଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୧୨,୧୮୦ଜଣ ପ୍ରଥମ, ୧୨,୫୬୭ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ବର୍ଷରୁ ଊର୍ଧ୍ବ ୩୦,୯୦୧ଜଣ ପ୍ରଥମ ଓ ୮୮୩୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ ଟିକାକରଣ ୮୮ଲକ୍ଷ ୬୬ହଜାର ୬୨୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଟିକାକରଣ ପାଇଁ ପଞ୍ଜୀକୃତ ହୋଇଥିବା ସ୍ବ‌ାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୩୩ ଲକ୍ଷ ୧ହଜାର ୬୪୨ ଅର୍ଥାତ୍ ୯୯ପ୍ରତିଶତ ପ୍ରଥମ ଡୋଜ୍ ନେଇ ସାରିଲେଣି। ସେହିପରି ୮୯ପ୍ରତିଶତ ହାରରେ ୨୭ଲକ୍ଷ ୯ହଜାର ୯୨୩ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଏହାସହ ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୪ପ୍ରତିଶତ ପ୍ରଥମ ଡୋଜ୍ ନେଇଥିବା ବେଳେ ୯୩ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି।

ସମ୍ବନ୍ଧିତ ଖବର