ଆଜି ୭୬୬ ଅଧିବେଶନରେ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଆଜି ୪୨୬ ଅଧିବେଶନରେ ଟିକାକରଣ ହେବା ପରେ ଆସନ୍ତାକାଲି ଟିକାକରଣ ଅବଧି ବଢ଼ିଛି। ଆସନ୍ତାକାଲି ୭୬୬ ଅଧିବେଶନରେ ଟିକାକରଣ କରାଯିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ୧୮-୪୪ବର୍ଗର ୧୫,୩୬୫ ଜଣଙ୍କୁ ପ୍ରଥମ ଓ ୭୧୪୯ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ସେହିପରି ୪୫ବର୍ଷରୁ ଅଧିକ ୨୨,୪୩୯ଜଣ ପ୍ରଥମ ଓ ୫୬୦୮ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଟିକାକରଣ ୮୬ଲକ୍ଷ ୯୮ହଜାର ୧୦୫କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୨ଟି ଜିଲ୍ଲାର ୧୮-୪୪ବର୍ଗ ଜନସ୍ବାସ୍ଥ୍ୟର ୫୭ ପ୍ରତିଶତ ଅର୍ଥାତ୍ ୯ଲକ୍ଷ ୮୩ହଜାର ୫୫୩ ଜଣ ପ୍ରଥମ ଡୋଜ୍ ନେଇ ସାରିଲେଣି। ସେହିପରି ୪୫ ବର୍ଷରୁ ଅଧିକ ୪୭ ପ୍ରତିଶତ ବା ୫୪ ଲକ୍ଷ ୫୬ହଜାର ୪୭୭ଜଣ ପ୍ରଥମ ଓ ୧୧ଲକ୍ଷ ୨୮ହଜାର ୫୪୩ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ରାଜ୍ୟରେ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମଙ୍କ ମଧ୍ୟରୁ ୯୯ପ୍ରତିଶତ ପ୍ରଥମ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୩ ପ୍ରତିଶତ ଓ ୯୪.୫ ପ୍ରତିଶ ଦ୍ବିତୀୟ ଡୋଜ୍‌ ନେଇସାରିଲେଣି।

ସମ୍ବନ୍ଧିତ ଖବର