ଆଜି ୯୭ ଅଧିବେଶନରେ ଟିକାକରଣ

ଭୁବନେଶ୍ବର : ଆଜି ରାଜ୍ୟରେ ୯୭ଅଧିବେଶନରେ ଟିକାକରଣ କରାଯିବ। ଏଥିରେ ପୁରୀରେ ୬୪, ରାୟଗଡ଼ା ୩୨ ଓ ସୁନ୍ଦରଗଡ଼ରେ ଗୋଟିଏ ଅଧିବେଶନ ଆୟୋଜିତ ହେବ। ରବିବାର ସତ୍ତ୍ବେ ରାଜ୍ୟରେ ଟିକାକରଣ ଜାରି ରହିବ। ରାଜ୍ୟରେ ଶନିବାର ୧୧୪୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଲକ୍ଷ ୪୪ହଜାର ୨୫୦ଜଣ କରୋନା ଟିକା ନେଇଛନ୍ତି। ୧୮-୪୪ବର୍ଗର ୧ଲକ୍ଷ ୫୧ଜାର ୬୮୧ଜଣ ପ୍ରଥମ ଓ ୬୧୩୨ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ ବର୍ଷରୁ ଅଧିକ ୩୨ହଜାର ୯୭୯ଜଣ ପ୍ରଥମ ଓ ୫୨ହଜାର ୬୪ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୧୪ଲକ୍ଷ ୧୪ହଜାର ୬୪୪ଡୋଜ୍ ଟିକା ଦିଆଗଲାଣି।

କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକା ନୀତି ଗତ ୨୧ ତାରିଖଠାରୁ ଲାଗୁ ହୋଇଛି। ଏହା ଭିତରେ ୬ ଦିନ ବିତିଥିବା ବେଳେ ମାତ୍ର ୨ଥର ଟିକାକରଣ ୩ଲକ୍ଷ ସଂଖ୍ୟା ଟପିଛି। ରାଜ୍ୟ ସରକାର ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେ‌ଳେ ପ୍ରତ୍ୟେକ ଦିନ କିଛି ନା କିଛି ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି। ଫଳରେ ଦୈନିକ ୩ଲକ୍ଷ ଡୋଜ୍ ଟିକା ଲକ୍ଷ୍ୟ ହାସଲ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର