କାଲିଠୁ ଏସପ୍ଲାନେଡ ମଲରେ ଟିକାକରଣ, ଜାଣନ୍ତୁ କେଉଁମାନେ ନେଇପାରିବେ ଟିକା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଏସପ୍ଲାନେଡ ମଲରେ ହେବ ଟିକାକରଣ । ୪୫ରୁ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ୨ୟ ଡୋଜ ପାଇଁ ଡ୍ରାଇଭ୍ ଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନଲାଇନରେ ବୁକିଙ୍ଗ କରି ଟିକା ନେବା ପାଇଁ ଆସିପାରିବେ । ଅନଲାଇନ ବୁକିଂ ସମୟରେ ଯେଉଁ ସ୍ଲଟ ମିଳିଥିବ ସେହି ଅନୁସାରେ ଲୋକେ ଆସିବେ । ପ୍ରଥମ ଦିନରେ ୪୦୦ ସ୍ଳଟ ଓପନ ରହିବ ତାପରେ ପରବର୍ତ୍ତୀ ଦିନ ମାନଙ୍କ ପାଇଁ ୫୦୦ ସ୍ଳଟ ଓପନ ରହିବ।

ଟିକା ନେବାକୁ ଆସୁଥିଲେ ଆଧାରକାର୍ଡ ସହ ପ୍ରଥମ ଡୋଜର ପ୍ରମାଣପତ୍ର ଧରିକି ଆସିବାକୁ ପଡିବ । ଏହାଛଡା ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ କାରରେ ଡ୍ରାଇଭରଙ୍କ ସହ ଜଣେ ଓ ବାଇକରେ କେବଳ ଜଣେ ବ୍ୟକ୍ତି ଟିକା ନେବା ପାଇଁ ଆସିପାରିବେ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସମ୍ବନ୍ଧିତ ଖବର