ଓଡ଼ିଶାରେ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର:ଓଡ଼ିଶାରେ ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ କେଉଁମାନେ ଟିକା ନେବେ, ତା’ର ଚୂଡ଼ାନ୍ତ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ । ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛି ।୮୨୭୬ ଜଣ ଟିକାଦାନ କର୍ମୀ ନିୟୋଜିତ ହେବେ ।

ସବୁଠୁ ବଡ଼ କଥା ହେଉଛି, ଟିକା ମହଜୁଦ ରଖିବାକୁ କୋଲ୍ଡ ଚେନ୍ ବା ଶୀତଳ ଶୃଙ୍ଖଳ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତୁତି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଟିକାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ମୋଟ ୧୨୨୨ କୋଲ୍ଡ ଚେନ୍ ପଏଂଟ କରାଯାଇଛି ।ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର ରହିଥିବା ବେଳେ ୯ଟି ଆଂଚଳିକ ଷ୍ଟୋର ଏବଂ ଭୁବନେଶ୍ୱର ଓ ରାଉରକେଲା ସମେତ ୩୨ଟି ଜିଲ୍ଲାସ୍ତରୀୟ ଷ୍ଟୋର ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ବ୍ଳକ ସ୍ତରରେ ୧୧୮୦ କୋଲ୍ଡ ଚେନ୍ ପଏଂଟ କାର୍ଯ୍ୟ କରିବ । ଟିକାକରଣ ନେଇ ରାଜ୍ୟ ଷ୍ଟିୟରିଂ କମିଟି, ରାଜ୍ୟ ଟାସ୍କ ଫୋର୍ସ କମିଟି, ଜିଲ୍ଲା କମିଟି ଓ ବ୍ଳକ କମିଟି ଗଠନ କରାଯାଇଛି । ଏହସବୁ କମିଟି ପରସ୍ପର ସହ ସମନ୍ୱୟ ରକ୍ଷା କରି ଟିକାକରଣ କାର୍ଯ୍ୟର ସମୀକ୍ଷା କରିବେ ।

ସମ୍ବନ୍ଧିତ ଖବର