ଏଣିକି ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକାକରଣ

ଭୁବନେଶ୍ବର: ଏଣିକି ଅଫିସରେ ଦିଆଯିବ କୋରନା ଟିକା। ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ଟିକା ରୁମ୍‌ କରାଯାଇ ଟିକାକରଣ ହେବ। ତେବେ ଜାଣିବାକୁ ମିଳିଛି ଯେ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ।

ବର୍ତ୍ତମାନ ସୁଦ୍ଧା ସମୁଦାୟ ୧ ଲକ୍ଷ ୯୨ ହଜାର ବ୍ୟକ୍ତଙ୍କ ଡାଟାବେସ ପ୍ରସ୍ତୁତ ହୋଇସାରିଛି। ଏହି ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ୩ ସପ୍ତାହ ମଧ୍ୟରେ ଆଗଧାଡ଼ିର ଯୋଦ୍ଧାମାନଙ୍କର ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ କୋଭିସିଲଡ଼ ଓ ୮୩ ହଜାର ୫୦୦ କୋଭାସ୍କିନ ଟିକା ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର୨୦୫ ଜଣଙ୍କୁ ଟିକା ଦିଆଯାଇଛି, ଯାହା ୬୨ ପ୍ରତିଶତ ଅଟେ । ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଡୋଜ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର