ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଲା

ଆଜି ଯାଜପୁର ଓ କେନ୍ଦ୍ରାପଡ଼ାରେ ଟିକାକରଣ ବନ୍ଦ ରହିବ

ଭୁବନେଶ୍ବର : ଜାନୁଆରି ୧୬ତାରିଖରେ ଦେଶ ତଥା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏହାର ୬ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଛି। ଗୁରୁବାର ୨ଲକ୍ଷ ୩୬ହଜାର ୭୭୪ଜଣ ଟିକା ନେବା ପରେ ସମୁଦାୟ ଡୋଜ୍ ସଂଖ୍ୟା ୧କୋଟି ୫୦ଲକ୍ଷ ୧ହଜାର ୧୨୬କୁ ବୃଦ୍ଧି ପାଇଛି। ଆଜି ଯାଜପୁର ଓ କେନ୍ଦ୍ରାପଡ଼ାରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ୭୯୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।

ରାଜ୍ୟରେ ଗୁରୁବାର ୧୧୫୮ ଟିକାକରଣ ଅଧିବେଶନରେ ୨ଲକ୍ଷ ୩୬ହଜାର ୭୭୪ଜଣ ଟିକା ନେଇଥିଲେ। ଏଥିରେ ୧୮-୪୪ବର୍ଗର ୧ଲକ୍ଷ ୭ହଜାର ୫୧୦ଜଣ ପ୍ରଥମ ଓ ୧୪,୫୪୨ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ସେହିପରି ୪୫ବର୍ଷରୁ ଅଧିକ ୨୫,୩୨୬ଜଣ ପ୍ରଥମ ଓ ୮୫,୮୯୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮-୪୪ବଗର ୨୨ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୫ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ରାଜ୍ୟରେ ୧୧ହଜାର ୧୩୫ଜଣ ଗର୍ଭବତୀ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ୫.୬ଲକ୍ଷରୁ ଅଧିକ କୋଭିସିଲ୍‌ଡ ଓ ୮୨ହଜାରରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ରହିଛି।

ସମ୍ବନ୍ଧିତ ଖବର