ରାଜ୍ୟରେ ଟିକାକରଣ ୨୦ଲକ୍ଷ ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୨୦ଲକ୍ଷ ଟପିଛି। ଆଜି ରାଜ୍ୟରେ ୬୧ହଜାର ୩୧୦ଜଣ ଟିକା ନେବା ପରେ ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦ଲକ୍ଷ ୨୨ହଜାର ୨୯କୁ ବୃଦ୍ଧି ପାଇଛି। ତହିଁରୁ ୬୦ବର୍ଷରୁ ଅଧିକ ୧୦ଲକ୍ଷ ୮୩ହଜାର ୨୧ଜଣ ଟିକା ନେଇଛନ୍ତି।

ରାଜ୍ୟ ସରକାର ପ୍ରତ୍ୟେକ ଦିନ ୧ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ହେଲେ ଆଜି ମାତ୍ର ୬୧ହଜାର ୩୧୦ଜଣ ଲୋକଙ୍କୁ ଟିକା ଦିଆଯାଇଛି। ଏଥିରେ ୬୦ବର୍ଷରୁ ଅଧିକ ୫୨ହଜାର ୨୦୬ଜଣ ରହିଥିବା ବେଳେ ୪୫-୫୯ବର୍ଷର ଜଟିଳ ରୋଗ ଥିବା ୪୩୯୫ଜଣ ଲୋକ ରହିଛନ୍ତି। ଏହାସହ ୭୬୩ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍, ୧୧୦୧ଙ୍କୁ ଦ୍ବିତୀୟ ଡୋଜ୍, ୫୮୩ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୨୨୬୨ଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ତେବେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ଟିକା ମହଜୁଦ ରହିଥିବା ବେଳେ ୩୧ ତାରିଖଠାରୁ ଟିକା ବନ୍ଦ ହେବା ଭଳି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ସରକାର ତୁରନ୍ତ ଟିକା ଦେବା ଲାଗି ରାଜ୍ୟ ସରକାର ଚିଠି ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର