ଭୁବନେଶ୍ବର : ରାଜ୍ୟରେ ଆଉ ୨୨ଟି ଜିଲ୍ଲାକୁ ୧୮-୪୪ ବର୍ଗଙ୍କ ଟିକାକରଣକୁ ବଢ଼ାଇ ଦିଆଯାଇଛି। ଚଳିତ ଜୁନ ମାସରେ ଏହି ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ, ମ୍ୟୁନିସିପାଲଟି/ ଏନଏସିରେ ଟିକାକରଣ କରାଯିବ। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ଏବେ ୫ଟି ନଗର ନିଗମ ଓ ୬ଟି ଜିଲ୍ଲାରେ ୧୮-୪୪ ବର୍ଗର ଟିକାକରଣ ଜାରି ରହିଛି। ରାଜ୍ୟ ସରକାରଙ୍କୁ ଚଳିତ ଜୁନ ମାସରେ ସେରମ ଇନଷ୍ଟିଚ୍ୟୁଟରୁ ୬ଲକ୍ଷ ୪୫ ହଜାର ୭୯୦ ଡୋଜର ଟିକା ୩ଟି ପର୍ଯ୍ୟାୟରେ ମିଳିବ। ଏହି ଟିକାକୁ ଜିଲ୍ଲା ସ୍ତରରେ ହିତାଧିକାରୀଙ୍କ ସଂଖ୍ୟା ଅନୁଯାୟୀ ବଣ୍ଟାଯିବ। ଏସବୁ ଜିଲ୍ଲାଗୁଡ଼ିକରେ ରହିଥିବା ୧୮-୪୪ ବର୍ଗର ବିଦେଶ ଯିବାକୁ ଚାହୁଥିବା ଛାତ୍ରଛାତ୍ରୀ ଓ ଆଥଲେଟମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଆଉ ୨୨ ଜିଲ୍ଲାକୁ ବଢ଼ିଲା ୧୮-୪୪ ବର୍ଗଙ୍କ ଟିକାକରଣ
ଜୁନରେ ଆସିବ ସାଢ଼େ ୬ ଲକ୍ଷ 'କୋଭିସିଲ୍ଡ'
/sambad/media/post_attachments/wp-content/uploads/2021/05/covishield.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)