ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌରାଞ୍ଚଳରେ ୧୮ ବର୍ଷରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ୪ଟି ସ୍ଥାନରେ ୭ଟି କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋନପୁର ପୌରାଞ୍ଚଳର ସଂସ୍କୃତି ଭବନରେ ୨ଟି କେନ୍ଦ୍ର, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ୨ଟି କେନ୍ଦ୍ର, ସୋନପୁର କଲେଜରେ ୨ଟି କେନ୍ଦ୍ର, ଭଗବତି ପ୍ଲଟ୍ ମାରୱାଡ଼ି ଧର୍ମଶାଳାରେ ୧ଟି କେନ୍ଦ୍ରରେ କେବଳ ପଞ୍ଜୀକୃତ କରି ଚିଠା ପାଇଥିବା ୧୮ରୁ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟିକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଟିକାକରଣ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।
ଆଜିଠାରୁ ସୋନପୁର ପୌରାଞ୍ଚଳରେ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟିକାକରଣ
/sambad/media/post_attachments/wp-content/uploads/2021/05/vaccine-covid-aaa.jpg)