ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ତୃତୀୟ ଲିଙ୍ଗୀଙ୍କୁ ଟିକା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଯେଉଁମାନଙ୍କ କୌଣସି ପରିଚୟପତ୍ର ନାହିଁ, ସେମାନଙ୍କ ପଞ୍ଜୀକରଣ ସହ ଟିକାକରଣ କରିବା ଲାଗି କୁହାଯାଇଛି। ତୃତୀୟ ଲିଙ୍ଗୀମାନେ ଟିକାକରଣରେ ଯେପରି କୌଣସିପ୍ରକାର ବାଛ ବିଚାରର ଶିକାର ନ ହୁଅନ୍ତି, ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଜାରି ହୋଇଛି। ତୃତୀୟ ଲିଙ୍ଗୀଙ୍କ ଶତପ୍ରତିଶତ ଟିକାକରଣ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଚିଠି ଲେଖାଯାଇଛି।
ଅପରପକ୍ଷେ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧.୩୬ କୋଟି ଡୋଜ୍ ଟିକା ଦିଆଗଲାଣି। ଟିକାକରଣରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ଯୋଗୁଁ ରାଜ୍ୟ ଏହି ମାଇଲଖୁଣ୍ଟ ହାସଲ କରିପାରିଛି। ତେଣୁ ଟିକାକରଣ ପାଇଁ ତୃଣମୂଳସ୍ତରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ସଫଳ କାହାଣୀ/ଡକ୍ୟୁମେଣ୍ଟ ପଠାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଟିକାଦାନ ସମୟରେ କିଭଳି ଆହ୍ବାନର ସମ୍ମୁଖୀନ ହୋଇ ଟିକାକରଣ ହୋଇଛି କିମ୍ବା ପ୍ରତ୍ୟେକ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ଲାଗି ଅସାଧାରଣ ପଦକ୍ଷେପ ନିଆଯାଇଥିବା କାହାଣୀ ଏଥିରେ ପ୍ରମୁଖତା ପାଇବ। ପ୍ରତ୍ୟେକ ବୁଧବାର ଏଭଳି ସଫଳ କାହାଣୀକୁ ଏସ୍ଆଇଏଚ୍ଏଫ୍ଡବ୍ଲୁ ନିର୍ଦେଶକଙ୍କୁ ପଠାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine-7.jpg)