ଘରୋଇ ହସ୍ପିଟାଲରେ ଟିକାକରଣ ଅନୁମତି, ୧୮୩ ଘରୋଇ ହସ୍ପିଟାଲରେ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟରେ ଘରୋଇ ହସ୍ପିଟାଲରେ ଟିକାକରଣକୁ ଅନୁମତି ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଅଧୀନରେ ଅନୁବନ୍ଧିତ ରାଜ୍ୟର ୧୮୩ଟି ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ ତାହାର ତାଲିକା ଓ ନୋଡାଲ ଅଧିକାରୀଙ୍କ ତଥ୍ୟ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ପ୍ରସ୍ତୁତି କରିବା ଲାଗି ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଚିଠିରେ କୁହାଯାଇଛି ଯେ ଘରୋଇ ହସ୍ପିଟାଲମାନେ ଯଥେଷ୍ଟ ସଂଖ୍ୟକ କୋଲ୍‌ଡ ଚେନ୍ ଯନ୍ତ୍ରପାତି ରଖିବା ସହିତ କ୍ଷମତା ବଢ଼ାଇବା ଜରୁରୀ। ଏହାସହ ଟିକାକରଣ ପାଇଁ ଯଥେଷ୍ଟ ସଂଖ୍ୟକ ରୁମ୍, ତାଲିମ୍‌ପ୍ରାପ୍ତ ଭ୍ୟାକ୍ସିନେଟର, ଟିକା ନେବା ପରେ ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତାହାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ପାଳନ କରିବା ଲାଗି କୁହାଯାଇଛି।

କେନ୍ଦ୍ର ସରକାର ଆସନ୍ତା ମାର୍ଚରେ ୬୦ବର୍ଷ ରୁ ଅଧିକ ଲୋକଙ୍କ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏଥିଲାଗି ଆୟୁଷମାନ ଭାରତରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟମାନଙ୍କୁ ଚିଠି ଲେଖିଥିଲେ। ହେଲେ ଓଡ଼ିଶାରେ ଆୟୁଷମାନ ଭାରତ ଯୋଜନା ଲାଗୁ ହୋଇନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର