ଯୁବବର୍ଗଙ୍କ ପାଇଁ ତୁରନ୍ତ ଟିକାକରଣ ଆରମ୍ଭ କରାଯାଉ : ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ବର : ମେ ୧ ତାରିଖରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ମଧ୍ୟରେ ଥିବା ଯୁବବର୍ଗଙ୍କୁ ମାଗଣା ଟିକାକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ମଧ୍ୟରେ ୭ ଦିନ ବିତିଯାଇଥ‌ିଲେ ବି କେବଳ ଭୁବନେଶ୍ବରରେ ହିଁ କୋଭିଡ୍‌ ଟିକାକରଣର ଟ୍ରାଏଲ୍‌ ରନ୍ ଚାଲିଛି। ଦେଶବ୍ୟାପୀ ମେ’ ୧ ତାରିଖରୁ ଯୁବବର୍ଗଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା ବେଳେ ଓଡ଼ିଶାରେ ଭୁବନେଶ୍ବର ବାଦ୍ ଅନ୍ୟ ଜିଲ୍ଲାରେ କାହିଁକି ଆରମ୍ଭ କରାଯାଇ ନାହିଁ ବୋଲି ବିଜେପି ଯୁବ ମୋର୍ଚ୍ଚା ପ୍ରଶ୍ନ କରିଛି। ମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରରେ ଯୁବବର୍ଗ ଅଧିକ ମାତ୍ରାରେ ପୀଡ଼ିତ ହୋଇ ଜୀବନ ହାରୁଛନ୍ତି। ତେଣୁ ରାଜ୍ୟ ସରକାର ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ତୁରନ୍ତ ରାଜ୍ୟବ୍ୟାପୀ ଟିକାକରଣ ଆରମ୍ଭ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର