ଭୁବନେଶ୍ୱର: ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ରାଜ୍ୟ ବ୍ୟାପି ଆରମ୍ଭ ହୋଇଛି। ରାଜ୍ୟର ୫୪ ଟି କେନ୍ଦ୍ରରେ ପ୍ରଥମେ ଆଜି ଟିକାକରଣ ଆରମ୍ଭ ହୋଇଛି। ମାର୍ଚ୍ଚ୧୫, ୨୦୧୦ ମସିହା ପୂର୍ବରୁ ଜନ୍ମ ହୋଇଥିବା ପିଲା ଏହି ଟିକାକରଣରେ ସାମିଲ ହୋଇପାରିବେ। ସେହିଭଳି ୬୦ ବର୍ଷରୁ ଉର୍ଧ୍ଵ ସମସ୍ତ ବ୍ୟକ୍ତି ଆଜିଠାରୁ ପ୍ରିକସନ ଡୋଜ ନେଇପାରିବେ। ପୂର୍ବରୁ କେବଳ କୋ-ମାର୍ମିଡ଼ମାନଙ୍କୁ ଏହି ପ୍ରିକସନ ଡୋଜ ଦିଆଯାଉଥିଲା।
କିନ୍ତୁ ଆଜିଠୁ ସମସ୍ତେ ନେଇ ପାରିବେ। ସେହିଭଳି ଅନ୍ୟ ରେଗୁଲାର ଭାକ୍ସିନେସନ ଯଥା ୧୮ ବର୍ଷରୁ ଉର୍ଧ୍ଵ ଓ ୧୫ ରୁ ୧୭ ବର୍ଷ ପିଲାଙ୍କର ଟିକାକରଣ ପୂର୍ବ ଭଳି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬କୋଟି ୨୧ ଲକ୍ଷ ଟିକା ବର୍ତ୍ତମାନ ଦିଆଯାଇଛି। ଯେଉଁଥିରେ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ନେଇଛନ୍ତି ୯୫.୪%, ଦ୍ଵିତୀୟ ଡୋଜ ନେଇଛନ୍ତି ୮୪%। ସେହିଭଳି ୧୫ ରୁ ୧୭ ବର୍ଷ ପିଲାଙ୍କ ମଧ୍ୟରୁ ୮୨% ପ୍ରଥମ ଡୋଜ ନେଇଥିବାବେଳେ ୬୩% ଦ୍ଵିତୀୟ ଡୋଜ ନେଇସାରିଛନ୍ତି।