ଆଜି ୮ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ଆଜି ରାଜ୍ୟର ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକାର ଅଭାବ ଯୋଗୁଁ ସମୁଦାୟ ୧୫ଶହ ଅଧିବେଶନରୁ ଆଜି କେବଳ ୪୨୭ଟି ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ବିଫଳ ହୋଇଛି।

ଶନିବାର ଦିନ ରାଜ୍ୟରେ ୪୬୫ଟି କେନ୍ଦ୍ରରେ ଟିକାଦାନ ହୋଇଥିଲା। ଏଥିରେ ୫୬ହଜାର ୪୨୭ଜଣଙ୍କୁ ଟିକା ଦିଆଯାଇଛି। ଆଜିର ଟିକାକରଣକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୯ଲକ୍ଷ ୫୮ହଜାର ୪୪୭ଜଣ ଟିକା ନେଇ ସାରିଲେଣି। ରାଜ୍ୟରେ ଟିକାର ଅଭାବ ନେଇ ଏହା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ରାଜ୍ୟକୁ ଟିକା ଯୋଗାଣ ଅନିୟମତତା ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି। ତେଣୁ ୧୦ଦିନ ପାଇଁ ୨୫ଲକ୍ଷ ଡୋଜ୍ ଟିକା ଦିଆଗଲେ ରାଜ୍ୟରେ ଠିକଣା ଢଙ୍ଗରେ ଟିକାକରଣ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର