ଜଗତସିଂହପୁର,ସୋନପୁରରେ ଟିକାକରଣ ବନ୍ଦ

ଭୁବନେଶ୍ବର : ଆଜି ଜଗତସିଂହପୁର ଓ ସୋନପୁରରେ କରୋନା ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି। ତେବେ ଆଜି ୩୮୩ଟି ଅଧିବେଶନରେ ଟିକାକରଣ ଅନୁଷ୍ଠିତ ହେବ। ଅପରପକ୍ଷରେ ରାଜ୍ୟରେ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ ଦ୍ରୁତ ଗତିରେ ଚାଲୁଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୮୪,୭୮୨ଜଣ ଟିକା ନେଇ ସାରିଲେଣି।

ବୁଧବାର ସମୁଦାୟ ୫୮,୦୫୫ଜଣ ଟିକା ନେଇଛନ୍ତି। ତହିଁରୁ ବୁଧବାର ଦିନ ୧୮-୪୪ବର୍ଗର ୧୬,୦୬୦ ଜଣଙ୍କୁ ଟିକା ଦିଆଯାଇଛି। ଏହାସହ ୪୫ବର୍ଷରୁ ଅଧିକ ୩୨,୭୧୭ଜଣ ଦ୍ବିତୀୟ ଡୋଜ୍ ଓ ୬୦୭୮ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ସଂଖ୍ୟା ୬୪ଲକ୍ଷ ୪୦ ହଜାର ୯୮୩କୁ ବୃଦ୍ଧି ପାଇଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୭ ପ୍ରତିଶତ ପ୍ରଥମ ଡୋଜ୍, ୮୬ ପ୍ରତିଶତ ଦ୍ବିତୀୟ ଡୋଜ୍, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୦୨ ପ୍ରତିଶତ ପ୍ରଥମ ଓ ୮୬ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର