୯୦ଲକ୍ଷ ମୁହାଁ ଟିକାକରଣ, ଆଜି ପୁରୀରେ ହେବନି ଟିକାକରଣ

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୯୦ଲକ୍ଷ ମୁହାଁ। ରାଜ୍ୟରେ ଏ ପର୍ଯ୍ୟନ୍ତ ୮୯ଲକ୍ଷ ୪୮ହଜାର ୭୦ଜଣ ଟିକା ନେଇ ସାରିଲେଣି। ତେବେ ରାଜ୍ୟରେ ଦ୍ରୁତ ଟିକାକରଣ ଧିମେଇ ଯାଇଛି। ଗତ କିଛିଦିନ ହେବ ଦୈନିକ ଟିକାକରଣ ୧ଲକ୍ଷ ସଂଖ୍ୟା ପାର୍ କରି ନାହିଁ। ରାଜ୍ୟ ସରକାର ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଥିବା କହୁଥିବା ବେଳେ ପ୍ରକୃତ ଲକ୍ଷ୍ୟଠାରୁ ବେଶ୍ ଦୂରରେ ରହିଛି। ଆଜିି ପୁରୀ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ଜିଲ୍ଲାରେ ଟିକାକରଣ କରାଯିବ। ସମୁଦାୟ ୮୩୭ ଟିକାକରଣ ଅଧିବେଶନରେ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ରାଜ୍ୟରେ ୬୩୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେ‌ଳେ ୭୬,୬୭୩ଜଣ ଟିକା ନେଇଛନ୍ତି। ଏଥି‌ରେ ୧୮-୪୪ବର୍ଗର ୧୫,୯୫୯ଜଣ ପ୍ରଥମ ଓ ୧୧,୪୪୮ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୩୫,୩୬୮ଜଣ ପ୍ରଥମ ଓ ୧୧,୯୫୬ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟର ଏବେ ୨୨ଟି ଜିଲ୍ଲାରେ ୧୮-୪୪ବର୍ଗର ଟିକାକରଣ ପାଇଁ ଅନୁମୋଦନ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୧ଲକ୍ଷ ୩୯ହଜାର ୪୭୯ଜଣ ପ୍ରଥମ ଡୋଜ୍ ନେଇ ସାରିଲେଣି। ଯାହାକି ଏହି ବର୍ଗ ଲୋକସଂଖ୍ୟାର ୬୦ ପ୍ରତିଶତ। ୪୫ବର୍ଷରୁ ଅଧିକ ୪୮ ପ୍ରତିଶତ ଅର୍ଥାତ୍ ୫୫ଲକ୍ଷ ୭୨ହଜାର ୫୮୩ଜଣ ପ୍ରଥମ ଓ ୧୧ଲକ୍ଷ ୬୨ହଜାର ୭୬୦ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି।

ସମ୍ବନ୍ଧିତ ଖବର