ହିଟୱେଭ ପାଇଁ ବଦଳିଲା ଟିକାକରଣ ସମୟ, ସକାଳ ୮ଟାରୁ ୧୨ଟାରୁ ଓ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢୁଥିବାବେଳେ ଏହାକୁ ନଜରରେ ରଖି ସରକାର ଟିକାକରଣ ସମୟକୁ ପରିବର୍ତ୍ତନ କରିଛନ୍ତି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜାରି କରାଯାଇଥିବା ଚିଠି ମୁତାବକ ରାଜ୍ୟରେ ହିଟୱେଭ ସ୍ଥିତିକୁ ନଜରରେ ରଖି ସକାଳ ୮ରୁ ଦିନ ୧୨ଟା, ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ |

ସେହିପରି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ସବୁ ଜିଲ୍ଲାର ଟିକାକରଣ ରିପୋର୍ଟ ଦାଖଲ ହେବ | ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି | ସେହିପରି ଟିକାକରଣ କେନ୍ଦ୍ରରେ ଅପେକ୍ଷା ଗୃହ, ଭ୍ୟାକସିନେସନ କକ୍ଷ ସାଙ୍ଗକୁ ପିଇବା ପଣିଆର ବ୍ୟସ୍ଥା କରିବାକୁ କୁହାଯାଇଛି | ଏହା ସହ ମାସ୍କ ବ୍ୟବହାର, ହାତ ଧୋଇବା ବ୍ୟବସ୍ଥା, ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ କୁହାଯାଇଛି |

ସମ୍ବନ୍ଧିତ ଖବର