ଆଜି ୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଆଜି ବଲାଙ୍ଗୀର, ବାଲେଶ୍ବର, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ଯୋଗୁଁ ପୁଣିଥରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଆସନ୍ତାକାଲି ୭୦୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ବୁଧବାର ରାଜ୍ୟରେ ୧୦୧୫ ଟିକାକରଣ ଅଧିବେଶନରେ ୨ଲକ୍ଷ ୬ହଜାର ୬୧୯ଜଣଙ୍କୁ ଟିକା ଦିଆଯାଇଥିଲା। ଏଥିରେ ୧୮-୪୪ବର୍ଗର ୯୮,୬୮୭ଜଣ ପ୍ରଥମ ଓ ୨୩୦୬ଜଣ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୩,୦୦୨ ପ୍ରଥମ ଓ ୮୨,୦୮୪ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ୧କୋଟି ୩୦ଲକ୍ଷ ୪୨ହଜାର ୩୪୦ ଡୋଜ୍ ଟିକା ଦିଆଗଲାଣି। ତହିଁରେ ୧୮-୪୪ବର୍ଗର ୧୮ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୩.୫ ପ୍ରତିଶତ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏବେ ୨ଲକ୍ଷ ୯୮ହଜାର ୮୧୦ଡୋଜ୍ କୋଭାକ୍ସିନ୍ ଓ ୧ଲକ୍ଷ ୯୦ଜହାର ୩୮୦ ଡୋଜ୍ କୋଭିସିଲ୍‌ଡ ଟିକା ମହଜୁଦ ରହିଛି। ରାଜ୍ୟ ସରକାର ଚଳିତମାସରେ ଅତିରିକ୍ତ ୧୫ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଯାହାଫଳରେ ଦ୍ବିତୀୟ ଡୋଜ୍ ପାଇଁ ୨୮ଲକ୍ଷ ଡୋଜ୍ ଲକ୍ଷ୍ୟ ପୂରଣ ହୋଇପାରିବ।

ସମ୍ବନ୍ଧିତ ଖବର