ଭୁବନେଶ୍ବର: ଗତକାଲି ଦୁଇଟି ଟିକାକୁ ଡିସିଜିଆଇ ଅନୁମୋଦନ ଦେବା ପରେ ଡିଏମଇଟି ସିବିକେ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ, ତତକ୍ଷଣାତ୍ ଟିକାକାରଣ ଆରମ୍ଭ କରାଯିବ। ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍ ଅନୁସାରେ, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟ ରେ ଦାବି ହୋଇଛି। ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ୍ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ।
ଏହାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିରମ୍ ଇନଷ୍ଟିଚ୍ୟୁଟର ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ସିରମ୍ ଇନଷ୍ଟିଚ୍ୟୁଟ୍ ପାଖରେ ୫କୋଟି ଟିକା ଥିବାରୁ ଦିନେ ଦୁଇ ଦିନ ଭିତରେ ବିତରଣ ଆରମ୍ଭ କରିପାରେ। ସିରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡର ଗୁଣବତ୍ତା ୭୦ରୁ ୯୦ ପ୍ରତିଶତ। ଅପରପକ୍ଷରେ ଭାରତ ବାଇଓଟେକର କୋଭାକସିନର ଗୁଣବତ୍ତା ୯୦ରୁ ୯୫ ପ୍ରତିଶତ ବୋଲି ବିଶେଷଜ୍ଞ କହୁଥିବାର ସୂଚନା ଦେଇଛନ୍ତି ଡିଏମଇଟି।
ଏଣେ ଜନସ୍ବାସ୍ଥ୍ୟ ନିର୍ଦେଶକ ଡ଼ାକ୍ତର ନିରଂଜନ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ୩.୨୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଆଗକୁ ଆହୁରି ଅଧିକ ପ୍ରସ୍ତୁତ ହେବ। ତେବେ କେବେ ସୁଦ୍ଧା ଟିକା ଆସିବ ତାହା କହିହେବନାହିଁ।
ଦୁଇଟି ଟିକାକୁ ଡିସିଜିଆଇ ଅନୁମୋଦନ ଦେବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଟିକାକରଣ କରାଯିବ। ଘରୋଇ ବିକ୍ରି ନେଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କର ଭୂମିକା ରହିବ, କିନ୍ତୁ ଏ ପର୍ଯ୍ୟନ୍ତ ସେନେଇ କୌଣସି ମାର୍ଗଦର୍ଶକା ମିଳିନାହିଁ। ମାର୍ଗଦର୍ଶକା ଆସିବା ପରେ ଘରୋଇ ଭାବେ ବିତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ଟିକାକାରଣ ଆରମ୍ଭ କରାଯିବ: ଡିଏମଇଟି
/sambad/media/post_attachments/wp-content/uploads/2021/01/download-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)