ଭୁବନେଶ୍ବର: ସମ୍ମୁଖ ଯୋଦ୍ଧା ଭାବେ ସାମ୍ବାଦିକମାନଙ୍କୁ ଗ୍ରହଣ କରାଯାଇ ସେମାନଙ୍କୁ ଟିକା ଦେବା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଟିକାକରଣରେ ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ମନ୍ଦିରର ସେବାୟତ, ରେଳ-ବିମାନ ଓ ଜଳପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀଙ୍କୁ ସାମିଲ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଟିକାକରଣରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ସାମିଲ କରାଯିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବଙ୍କୁ ଅନୁରୋଧ କରିଛନ୍ତି ।
ସେହିପରି ବିମାନବନ୍ଦର, ରେଲୱେ, ବନ୍ଦର କର୍ମଚାରୀଙ୍କୁ ଟିକା ପାଇଁ ଅନୁରୋଧ କରାଯାଇଛି। ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ କରୋନା ଟିକା ଦିଆଯାଉ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସେହିପରି ଚିଠିରେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ ସାମିଲ ପାଇଁ ଅନୁରୋଧ କରାଯାଇଛି।
/sambad/media/post_attachments/wp-content/uploads/2021/03/8238-inclusion-of-additional-categories-as-FLWs-for-Covid-19-Vaccination-736x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/19-15.jpg)