ବାତିଲ ହେଲା ଟିକା ଗ୍ଲୋବାଲ ଟେଣ୍ଡର, କେନ୍ଦ୍ର ସରକାରଙ୍କ ପରିବର୍ତିତ ଟିକା ନୀତି ପରେ ପଦେକ୍ଷପ

ଭୁବନେଶ୍ବର : ବିଶ୍ବ ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଆହ୍ବାନ କରିଥିବା ଗ୍ଲୋବାଲ ଟେଣ୍ଡରକୁ ବାତିଲ୍‌ କରି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ନୀତିରେ ପରିବର୍ତନ କରାଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ରାଜ୍ୟରେ ଟିକାର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ଗତମାସ ୧୪ତାରିଖରେ ବିଶ୍ବ ବଜାରରୁ ଟିକା କିଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ। ୧୮-୪୪ବର୍ଗଙ୍କ ପାଇଁ ଟିକା କିଣିବା ଲାଗି ଯୋଜନା ହୋଇଥିଲା। ୨୦ତାରିଖଠାରୁ ଟିକା ଆବେଦନକାରୀ କମ୍ପାନିମାନେ ଆବେଦନ କରିବା ଲାଗି କୁହାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାରେ କେହି ଆବେଦନ ନ କରିବାକୁ ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ପରବର୍ତୀ ସମୟରେ ୨ଟି ସଂସ୍ଥା ଆବେଦନ କରିଥିଲେ। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮-୪୪ବର୍ଗଙ୍କ ପାଇଁ ମାଗଣାରେ ଟିକା ଯୋଗାଇ ଦିଆଯିବା ନେଇ ଘୋଷଣା ହୋଇଥିଲା। ଗତ ୩ଦିନ ଧରି ଏହି ନୀତି ଅନୁସାରେ ଦେଶବ୍ୟାପୀ ଟିକାକରଣ କରାଯାଉଛି। ତେଣୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରକୁ ବାତିଲ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର