ପ୍ରାଥମିକ ଶିକ୍ଷକଙ୍କୁ କରୋନା ଟିକା ଦେବାକୁ ଦାବି

ଖୋର୍ଦ୍ଧା: କରୋନା ସଂକ୍ରମଣ ପୁଣି ଦ୍ରୁତଗତିରେ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରାଥମିକ ଶିକ୍ଷକଙ୍କୁ ପ୍ରଥମସ୍ତର କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟ ସେବାକର୍ମୀଙ୍କ ଭଳି କରୋନା ଟିକା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଆଜି ଏନେଇ ଜିଲ୍ଲାପାଳଙ୍କୁ ଅଲ୍ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଛି । ସ୍ମାରକପତ୍ର ଦେବା ପରେ ସଂଘର ସଭାପତି ଯୁଧିଷ୍ଠିର ସାହୁ କହିଛନ୍ତି ଯେ ପ୍ରଥମ ଲହର ବେଳେ ବିଭିନ୍ନ ସ୍କୁଲର ପ୍ରାଥମିକ ଶିକ୍ଷକମାନେ ତୃଣମୂଳ ସ୍ତରରେ ନିଷ୍ଠାର ସହ କାମ କରି ଏହାର ନିୟନ୍ତ୍ରଣ ପାଇଁ ସହଯୋଗ କରିଥିଲେ । ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ୁଛି ଏହା ସହ ପୁଣିଥରେ ଶିକ୍ଷକଙ୍କୁ ଗାଁଗହଳିରେ କରୋନା ନିୟନ୍ତ୍ରଣ, ସଚେତନ ସହ ଅନ୍ୟ ସରକାରୀ କାମରେ ନିୟୋଜିତ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କରୋନା ଟିକା ପ୍ରଦାନ କରାଯାଉ । ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅମୀୟ କୁମାର ପରିଡ଼ା ଓ ସଂଘର ଅନ୍ୟ ଶିକ୍ଷକ ସଦସ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର