ଟିକା ନେଇପାରିବେ ୧୮ବର୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା

ଭୁବନେଶ୍ବର: ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପଞ୍ଜୀକରଣ ବନ୍ଦ କରିବା ଲାଗି ନିର୍ଦେଶର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏଥିରେ ପୁନର୍ବାର ସଂଶୋଧନ କରିଛନ୍ତି। ୧୮ବର୍ଷରୁ ୪୪ବର୍ଷର ଯୋଗ୍ୟ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା ଟିକା ନେବାରୁ ବର୍ତି ଯାଇଛନ୍ତି ସେମାନେ ଟିକା ନେଇପାରିବେ। ଏ ସଂକ୍ରାନ୍ତରେ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି।

ଟିକା ନେବା ପାଇଁ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ନିଜର ଫଟୋ, ନିଯୁକ୍ତି ସାର୍ଟିଫିକେଟ୍, କୋୱିନ୍ ପୋର୍ଟାଲରେ ନିଯୁକ୍ତି ସାର୍ଟିଫିକେଟ୍‌ ଯୋଡ଼ିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ‌ସାଇଟ୍ ମ୍ୟାନେଜର ଦାୟୀ ରହିବେ। ବିଦ୍ୟୁତ, ଜଳ ଯୋଗାଣ ଓ ପରିବହନ ସେବାରେ କାର୍ଯ୍ୟରତ ଆଗଧାଡ଼ିର ଯୋଦ୍ଧମାନେ ଟିକା ନେଇପାରିବେ। ଉଲ୍ଲେଖ ଯେ, କିଛି ବ୍ୟକ୍ତି ନିୟମର ଉଲ୍ଲଂଘନ କରି ନିଜକୁ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଦର୍ଶାଇ ଟିକା ନେବା ଲାଗି କୋ-ୱିନ୍ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିଥିବା ନଜରକୁ ଆସିଥିଲା। କିଛି ଟିକାକରଣ କେନ୍ଦ୍ରରେ ଏହି ଦୁଇ ବର୍ଗର ହିତାଧିକାରୀଙ୍କ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇଥିଲା। ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପଞ୍ଜୀକରଣ ନ କରିବା ଲାଗି ନିର୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର