ଆଜି ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଟିକା ‌ନେଲେ ୩୧ହଜାରରୁ ଅଧିକ, ଆସିଲା ୯ଲକ୍ଷରୁ ଅଧିକ ‘କୋଭିସିଲ୍‌ଡ’

ଭୁବନେଶ୍ବର : ଆଜି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବଲାଙ୍ଗୀର, ‌ବାଲେଶ୍ବର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ସୋନପୁରରେ ଟିକାକରଣକୁ ବନ୍ଦ ରଖାଯାଇଛି। ଏହା ପଛରେ କୋଭିସିଲଡ୍‌ ଟିକାର ଅଭାବ ମୁଖ୍ୟ କାରଣ ରହିଛି। ତେବେ ଆଜି ରାଜ୍ୟରେ ୯ ଲକ୍ଷରୁ ଅଧିକ କୋଭିସିଲଡ୍‌ ପହଞ୍ଚିବା ପରେ ପୁଣିଥରେ ରାଜ୍ୟରେ ଟିକାକରଣ ଆଗେଇବ ବୋଲି ଆଶା କରାଯାଉଛି।

ଗତ ୩/୪ଦିନ ହେବ ରାଜ୍ୟରେ ଟିକାକରଣ ଧିମେଇ ଯାଇଛି। ଦୈନିକ ୩ଲକ୍ଷ ଟିକା ବଦଳରେ ଏହା ୫୦ ହଜାର ତଳେ ରହିଛି। ଆଜି ରାଜ୍ୟରେ ୧୦୭ ଅଧିବେଶନରେ ୩୧,୨୯୨ଜଣଙ୍କୁ ଟିକା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୧୯ଲକ୍ଷ ୫୨ହଜାର ୨୪୧ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୧୫.୪ ପ୍ରତିଶତ ୧୮-୪୪ବର୍ଗର ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ ୫୨.୫ ପ୍ରତିଶତ ୪୫ବର୍ଷରୁ ଅଧିକ ପ୍ରଥମ ଡୋଜ୍ ନେଇଛନ୍ତି। ଆଜି ଆସିଥିବା ଟିକାକୁ ମିଶାଇ ରାଜ୍ୟରେ ଏବେ ୧୦ଲକ୍ଷ ୫୫ହଜାର ୮ଶହ ‌କୋଭିସିଲ୍‌ଡ ଓ ୪ଲକ୍ଷ ୧୮ହଜାର ୪୨୦ କୋଭାକ୍ସିନ୍ ଟିକା ମହଜୁଦ ରହିଛି। ଜିଲ୍ଲାସ୍ତରରେ ଟିକା ପହଞ୍ଚିବା ପରେ ପୁଣିଥରେ ରାଜ୍ୟର ସବୁ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ।

ସମ୍ବନ୍ଧିତ ଖବର