ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଏମ୍ସରେ ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟକ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସହ ଚିକିତ୍ସା ବ୍ୟବସ୍ଥା ପ୍ରସାରିତ କରିବା ପାଇଁ କେତେକ ନୂତନ ବ୍ୟବସ୍ଥାର ଉଦଘାଟନ କରାଯିବ। ଏହି କାର୍ଯ୍ୟକ୍ରମରେ ଅବସରରେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଏମ୍ସରେ ପହଞ୍ଚିବେ। ଏମାନଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏଥିସହିତ ଆସନ୍ତାକାଲି ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ୨ଟା ୨୦ ମିନିଟ୍ରେ ଏମ୍ସର ପରିସରର ଚତୁର୍ଥ ମହଲାରେ ଥିବା ମଡ୍ୟୁଲାର ଅପରେସନ୍ ଥିଏଟର (ଏମ୍ଡଟି)ବି ଉଦଘାଟନ ହେବ। କେବଳ ଏତିକି ନୁହେଁ, ସେହି ଚତୁର୍ଥ ମହଲାରେ ଥିବା ଆଇସିୟୁ କମ୍ପଲେକ୍ସ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି।
/sambad/media/post_attachments/wp-content/uploads/2019/12/All-India-Institute-of-Medical-Sciences-AIIMS-Bhubaneswar-Hospital.jpg)
ଏହାପରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖଙ୍କ ଉପସ୍ଥିତରେ ଏମ୍ସର ପ୍ରଥମ ମହଲାରେ ଥିବା କ୍ୟାଥେଲ୍ୟାବ୍ ଓ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଫ୍ଲ୍ୟୁରୋସ୍କୋପି (ଡିଏଫ୍ଆର)ବି ଉନ୍ମୋଚିତ ହେବ। ଏହାଫଳରେ ରୋଗୀ ପୂର୍ବ ଅପେକ୍ଷା ଏମ୍ସରୁ ଅଧିକ ସୁବିଧା ପାଇ ପାରିବେ।
ଏଥିସହିତ ହସ୍ପିଟାଲ୍ର ପ୍ରଶାସନିକ ଭବନସ୍ଥିତ କନଫରେନ୍ସ ରୁମ୍ରେ ଏମ୍ସରେ କ’ଣ କ’ଣ ଉନ୍ନତି ହୋଇଛି ସେ ନେଇ ଏକ ସମୀକ୍ଷା ବୈଠକ ବି ରହିଛି।