ବୃତ୍ତି ଯୋଜନାର ବୈଧତା ଯାଞ୍ଚ ଅବଧି ବଢ଼ିଲା

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଇ-ମେଧାବୃତ୍ତି, ଗୋପବନ୍ଧୁ ଶିକ୍ଷା‌ ସହାୟତା ଯୋଜନା ଓ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନାର ବୈଧତା ଯାଞ୍ଚ ଅବଧିକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ବୈଧତା ଯାଞ୍ଚ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଠିକ୍‌ ଭାବେ କରିନାହାନ୍ତି। ରାଜ୍ୟ ସ୍କଲାରସିପ୍‌ ପୋର୍ଟାଲରେ ଏ ସମ୍ପର୍କରେ ଉଲ୍ଲେଖ କରାଯିବା ସହ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ପ୍ରତିଭା ସାହୁ ଓକାକ୍‌ର ସାଧାରଣ ପରିଚାଳକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର