ଯୁକ୍ତ-୨ ପରୀକ୍ଷାରେ ମୂଲ୍ୟାଙ୍କନ ପାଇଁ ଦ୍ବୈତ ପଦ୍ଧତି ଗ୍ରହଣ କରାଯିବ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ଚଳିତ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହୋଇ ମଇ ୨୪ ତାରିଖରେ ଶେଷ ହେବା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ପ୍ରାୟ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ପରୀକ୍ଷା ଦେବେ। ବିଗତ ଦୁଇବର୍ଷ ଧରି କୋଭିଡ୍-୧୯ଜନିତ ମହାମାରୀ ପରିସ୍ଥିତିରେ ଗତି କରୁଥିବା ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ଶିକ୍ଷାଗ୍ରହଣ ଅବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଇଁ ପରୀକ୍ଷା ଓ ମୂଲ୍ୟାଙ୍କନ ପ୍ରଣାଳୀ ସ୍ଥିର କରିବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକସମାଜ, ଅଭିଭାବକ ସଂଗଠନ, ବରିଷ୍ଠ ଶିକ୍ଷାବିତ୍, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଶିକ୍ଷାପଦାଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲ।

ଆଲୋଚନାରୁ ମିଳିଥିବା ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀମାନଙ୍କ ଉପରେ ପରୀକ୍ଷାର ଚାପକୁ କମାଇବା ପାଇଁ ପରିଷଦ ନିମ୍ନଲିଖିତ ନିଷ୍ପତ୍ତି ନେଇଛନ୍ତିା ଚଳିତ ବର୍ଷ ଯୁକ୍ତ୨ ପରୀକ୍ଷା ଅଫଲାଇନ୍ ମୋଡ୍‌ରେ ହେବ ଏବଂ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବା ଚଳିତ ବର୍ଷର ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ନିଜ ନିଜ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେବା
ଏଥର ମୂଲ୍ୟାଙ୍କନ ନିମନ୍ତେ ଦୁଇ ପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯିବ।

ପ୍ରଥମଟି ହେଲା ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କକୁ ୨୦% ୱେଟେଜ୍‌ ଦିଆଯିବା ଏଥି ପାଇଁ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବା ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦% ୱେଟେଜ୍ ଦିଆଯିବା ଏପରି ଉଭୟ ଇଣ୍ଟରନାଲ୍ ପରୀକ୍ଷା ଏବଂ ଯୁକ୍ତ୨ ବୋର୍ଡ ପରୀକ୍ଷା ୱେଟେଜ୍ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ।

ଦ୍ୱିତୀୟଟି ହେଲା କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷାରେର ଖିଥିବା ନମ୍ବରକୁ ୧୦୦% ୱେଟେଜ୍ ଦିଆଯିବା ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସଂପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବା ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ପରୀକ୍ଷା ସିଟିଂ ସକାଳ ୯ଟାରୁ ଆରମ୍ଭ ହେବ ଏବଂ ଦିନକୁ ଗୋଟିଏ ସିଟିଂ ପରୀକ୍ଷା ହେବା ପରୀକ୍ଷା ସାରଣୀ ଏବଂ ମୂଲ୍ୟାଙ୍କନ ପଦ୍ଧତି ବିଷୟରେ ପରିଷଦ ପକ୍ଷରୁ ସବିଶେଷ ନିର୍ଦ୍ଦେଶନାମା ଯୁକ୍ତ-୨ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ୧୦ ଦିନ ମଧ୍ୟରେ ପଠାଇ ଦିଆଯିବ ବୋଲି ପରିଷଦର ଅଧ୍ୟକ୍ଷଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର