ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ଶର୍ମା ଟାଙ୍କି ନିକଟରେ ଟ୍ରକ ସାଇଡ୍‌ ମାରିବାରୁ ଆଜି ଅପରାହ୍‌ଣରେ ଏକ ଟ୍ରାଭେଲର ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରାଭେଲର (ଓଡି ୨୨ଡି ୪୪୦୦) ଟି କଟକରୁ ଧାମନଗର ଅଭିମୁଖେ ଯାଉଥିଲାବେ​ଳେ ଟ୍ରକ (ଓଡି ୩୪ ଡି ୯୫୮୫) ଆସି  ସାଇଡ୍‌ ମାରିଥିଲା।

Advertisment

ଫଳରେ ଟ୍ରାଭେଲରଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡ଼ର ପାଚେରିରେ ପିଟିହୋଇଥିଲା। ରାଜପଥ ପାଟ୍ରୋଲିଂ ପୁଲିସ ଅଧିକାରୀ ଅଶୋକ କୁମାର ବଳ ପହଞ୍ଚି ଟ୍ରକକୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛନ୍ତି।