ଭାସିଗଲା ପିକଅପ୍: ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ମ. ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରିଠାରୁ ବାଲିଗୁଡ଼ା ରାସ୍ତାରେ ଥିବା ପୁସିଂ ଯୋରରେ ଶୁକ୍ରବାର ପୁଣି ଏକ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଫଳରେ ଏହି ଯୋରରେ ବନ୍ୟା ପାଣି ଚାଲୁଥିଲା। ବାଲିଗୁଡ଼ାର ଏକ ପିକଅପ୍ ଭ୍ୟାନ୍‌ (ଓଡି ୦୩ ପି ୮୧୦୪) ପାରି ହେବାକୁ ଚେଷ୍ଟା କରୁଥିଲା। ବର୍ଷା ପାଣି ସ୍ରୋତରେ ଧୀରେ ଧୀରେ ଗାଡ଼ିଟି ନାଳ ତଳକୁ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ଏହି ଗାଡ଼ିର ଚାଳକ ଓ ଅନ୍ୟ ତିନିଜଣ ଗାଡ଼ିରୁ ବାହାରି ଜୀବନ ରକ୍ଷା କରି ପାରିଥିଲେ। ବନ୍ୟା ପାଣି ଟିକେ କମିଯିବା ଫଳରେ ଗାଡ଼ିଟି ସେଠାରେ ହିଁ ଲଟକି ରହିଥିବା ଦେଖିବାକୁ ମିଳିଥିଲା।

ସୂଚନାଥାଉକି, ଗତ ବନ୍ୟାରେ ଏଠାରେ ବାଇକ ଭାସିଯିବା ଫଳରେ ଉଚ୍ଛେନ୍ଦ୍ର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଏହି ଯୋରରେ ଏକ ସୁଉଚ୍ଚ ପୋଲ ନିର୍ମାଣ କରାଯିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର