ବଣ୍ଡାଘାଟିରେ ଭ୍ୟାନ ଓଲଟି ୧୦ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସଡକ ଦୁର୍ଘଟଣାରେ ୧୦ ଆହତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଏକ ପିକ ଅପ ଭ୍ୟାନ ବଣ୍ଡାଘାଟିର ଅଣ୍ଡ୍ରାହାଲରୁ ମୁଦୁଲିପଡା ଯାଉଥିବା ସମୟରେ ରାସ୍ତା ଅଣଅସାରିଆ ହୋଇଥିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଏହି ପିକଅପ ଭ୍ୟାନରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଲୋକ ଲଦାଲଦି ହୋଇ ଯାଉଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ମୁଦୁଲିପଡା ଥାନା ଅଧିକାରୀ ହିମାଂଶୁ ବାରିକ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର