ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ପୋଖରୀବନ୍ଧ ପଞ୍ଚାୟତ ଜାରେଙ୍ଗପଟା, ଜିଞ୍ଜେରଗୁଡ଼ା, ଇରକୁଲି ଓ ବରାଘାଟି ଗାଁର ୨୬ ଜଣ ଶ୍ରମିକ ଏକ ପିକ୍ଅପ୍ ଭ୍ୟାନରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଦହିଖାଲକୁ ନୀଳଗିରି ଗଛ କାଟିବାକୁ ଯାଉଥିଲେ। ରାୟଗଡ଼ା ଜିଲ୍ଲା ବିଷମକଟକର ବାସୁ ବାବୁ ନାମକ ଜଣେ ମାଲିକ ସେମାନଙ୍କୁ ଗଛ କାଟିବାକୁ ନେଉଥିବା ବେଳେ ଝିଗିଡ଼ି ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା। ଫଳରେ ସେଥିରେ ବସିଥିବା ସମସ୍ତ ୨୬ଜଣ ଯାକ ଶ୍ରମିକ ଛିଟିକି ପଡ଼ି ଆହତ ହୋଇଥିଲେ।
/sambad/media/post_attachments/wp-content/uploads/2023/03/22-2.jpg)
ସେଥିମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ଓ ଅମ୍ବାଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ଭବାନୀପାଟଣା ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ସଂପର୍କରେ ଖବରପାଇ ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷା କମଳା ପାତ୍ର ଓ ହରିଶଙ୍କର ପାତ୍ର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅମ୍ବାଦଳା ଓ ବିଶ୍ୱନାଥପୁର ଡାକ୍ତରଖାନା ଯାଇ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେହିପରି ସମାଜସେବୀ ସନ୍ତୋଷ ତୁଳ, ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ ଓ କର୍ଣ୍ଣ ମାଝୀ, ଲକ୍ଷ୍ମୀକାନ୍ତ ବେହେରା, ଜଗା ପ୍ରଧାନୀ ପ୍ରମୁଖ ଗୁରୁତରଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ। ଏନେଇ ଅମ୍ବାଦଳା ପୁଲିସ୍ ଏକ ମାମଲା ରୁଜୁ କରିଥିବା ବେଳେ ଦୁର୍ଘଟଣା ପରେ ଚାଳକ ଜଣକ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/21-2.jpg)