ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ବୁଢ଼ିପଦର ଗ୍ରାମ ନିକଟରେ ଶୁକ୍ରବାର ପିକ୍ଅପ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୫ ଜଣ ଆହତ ହୋଇଛନ୍ତି। ବୁଢ଼ିପଦର ଗ୍ରାମରୁ ନିର୍ବନ୍ଧ କାର୍ଯ୍ୟ ପାଇଁ ଯାଇ ଭୋଜିଭାତ ଖାଇ ନିଜଗ୍ରାମକୁ ଫେରୁଥିବାବେଳେ ଗାଁ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ (ଓଡ଼ି ୦୫ ଡ଼ି ୩୨୮୭) ଓଲଟି ପଡ଼ିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଗମ୍ଭୀର ଚଣ୍ଡୀ(୩୫), ବିଶ୍ବମ୍ବର ଚଣ୍ଡୀ (୧୫), ଭିକାରୀ ଭୋଇ(୪୭), ରାକେଶ ଚଣ୍ଡୀ (୮), ଜୟସିଂ ଚଣ୍ଡୀ (୨୮), ନିଲୁ ଚଣ୍ଡୀ (୮)ଙ୍କୁ ଘଟଣା ସ୍ଥଳରୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ଡାକ୍ତର ଗମ୍ଭୀର ଚଣ୍ଡୀଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟିଥିବା ଭ୍ୟାନରେ ୨୦ ଜଣ ଥିବାବେଲେ ମୃତ ଗମ୍ଭୀରଙ୍କ ସହ ତାଙ୍କ ପୁଅ ନିଲୁ ଚଣ୍ଡୀ ମଧ୍ୟ ଥିଲେ। ଖବରପାଇ ସିନ୍ଧେକେଲା ପୁଲିସ ଶବ ଜବତକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇ ଥିବା ଜଣାପଡ଼ିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।