ରାଉରକେଲା: ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅଧିନରେ ବିକାଶମୂଳକ କାର୍ଯ୍ୟ ପାଇଁ ଆସନ୍ତା ୭ରେ ୫ଟି ଟ୍ରେନ୍ ଏକ୍ସପ୍ରେସ୍, ମେମୁ ସ୍ବତନ୍ତ୍ର ଓ ସ୍ବତନ୍ତ୍ର ଟ୍ରେନ୍ ବାତିଲ ରହିବ। ଟାଟାନଗର-ଇଟୱାରୀ-ଟାଟାନଗର ଏକ୍ସପ୍ରେସ୍ ବାତିଲ ହୋଇଛି। ରାଉରକେଲା-ଝାରସୁଗୁଡା-ରାଉରକେଲା ମେମୁ ସ୍ବତନ୍ତ୍ର, ହଟିଆ- ଝାରସୁଗୁଡା-ହଟିଆ ମେମୁ ଏକ୍ସପ୍ରେସ୍, ଚକ୍ରଧରପୁର-ରାଉରକେଲା-ଚକ୍ରଧରପୁର ମେମୁ ସ୍ବତନ୍ତ୍ର ବାତିଲ ହୋଇଛି। ସେମିତି ବୀରମିତ୍ରପୁର-ବରସୁଆଁ-ବୀରମିତ୍ରପୁର ସ୍ବତନ୍ତ୍ର ଟ୍ରେନ୍ ମଧ୍ୟ ବାତିଲ ହୋଇଛି।
ସେମିତି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୩୬) ଆସନ୍ତା ୭ରେ ରାଉରକେଲା ପରିବେର୍ତ୍ତ ଝାରସୁଗୁଡା ଷ୍ଟେସନ ପର୍ଯ୍ୟନ୍ତ ଆସିବ। ସେହିଦିନ ରାଉରକେଲା -ପୁରୀ ମଧ୍ୟରେ ଯିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଝାରସୁଗୁଡା ଷ୍ଟେସନରୁ ଚାଲିବ। ଝାରସୁଗୁଡା-ରାଉରକେଲା-ଝାରସୁଗୁଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବ ନାହିଁ। ହାୱଡା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ଟିଲାଗଡ ଯିବା ପରିବର୍ତ୍ତେ ଚକ୍ରଧରପୁର ଷ୍ଟେସନରେ ରହିବ। ଚକ୍ରଧରପୁର-ହାୱଡା ପର୍ଯ୍ୟନ୍ତ ପାସେଞ୍ଜର ସ୍ବତନ୍ତ୍ର ଭାବେ ଚାଲିବ। ସେହିପରି ଆସନ୍ତା ୭ରେ କଣ୍ଟାବାଞ୍ଜି -ହାୱଡା ଇସ୍ପାତ ଏକ୍ସପ୍ରେସ୍ ଟିଟିଲାଗଡ ପରିବର୍ତ୍ତେ ଝାରସୁଗୁଡା ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବ। ଝାରସୁଗୁଡାରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ପାସେଞ୍ଜର ସ୍ବତନ୍ତ୍ର ଭାବେ ଚାଲିବ।