ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମଧ୍ୟାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଫ୍ଲାଗ୍ ଅଫ୍ କରିଛନ୍ତି। ଏହି ଅବସରରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କହିଲେ- ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ଏହି ଟ୍ରେନ୍ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ। ଏହାଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବି ବଢ଼ିବ।
/sambad/media/post_attachments/wp-content/uploads/2023/05/626b29b6-bd10-43f9-8cf5-b81fac396edb-1024x768.jpg)
ପୁରୀ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2023/05/efe8ecf4-9570-471b-95f4-ad9341be24dc-1024x768.jpg)
ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୁନଃବିକାଶ ହେଉଥିବା ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଅପରେଟିଂ ଓ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବା ସହ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବ।
୨୨୮୯୫/୨୨୮୯୬ ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଔପଚାରିକ ଭାବେ ଉଦ୍ଘାଟିତ ହୋଇଥିବା ବେଳେ ଆଜି ଗୁରୁବାର (୧୮ ମେ ୨୦୨୩) ଗାଡ଼ିର ସାପ୍ତାହିକ ବିରତି ଏବଂ ଚଳିତ ମେ ମାସ ୨୦ ତାରିଖ ଶନିବାର ଠାରୁ ଔପଚାରିକ ଭାବେ ଉଭୟ ଦିଗରୁ ଚାଲିବ। ଅର୍ଥାତ ଗୁରୁବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ଚାଲିବ। ଏଥିପାଇଁ ରେଳବାଇର ବୁକିଂ ପୋର୍ଟାଲ ମଧ୍ୟ ସକ୍ରିୟ ହୋଇଯାଇଛି। ପ୍ରଥମ ଦୁଇ ଦିନ ପାଇଁ ହାଓଡ଼ା ପଟୁ ସବୁ ଟିକଟ ବୁକିଂ ହୋଇଯାଇଥିବା ବେଳେ ପୁରୀ ପଟୁ ଶତାଧିକ ଆସନ ବୁକିଂ ପାଇଁ ଉପଲବ୍ଧ ଅଛି। ହାଓଡା-ପୁରୀ ମଧ୍ୟରେ ଚେୟାର କାର୍ ଟିକଟ ୧୨୬୫ ଟଙ୍କା ଓ ଏକ୍ଜେକ୍ୟୁଟିଭ୍ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି; କିନ୍ତୁ ପୁରୀ-ହାଓଡ଼ା ମଧ୍ୟରେ ସେଇ ସମାନ ଗାଡ଼ିରେ ଚେୟାର କାର ଟିକଟ ୧୪୩୦ ଟଙ୍କା ଓ ଏକ୍ଜେକ୍ୟୁଟିଭ୍ ଚେୟାର ଟିକଟ ଦର ୨୬୧୫ ଟଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/6e47ea7f-75c0-456c-bb87-b34ff5c4f58c.jpg)