ବାଣୀବିହାରରେ ଛାତ୍ର ଅଶାନ୍ତି, ପିଜି କାଉନସିଲ କାର୍ଯ୍ୟାଳୟରେ ତାଲା ପକାଇଲେ

ଭୁବନେଶ୍ବର: ବାଣୀବିହାରରେ ପୁଣି ଥରେ ଛାତ୍ର ଅଶାନ୍ତି ପରିସ୍ଥିତି ଦେଖାଯାଇଛି। ଉତ୍ତେଜିତ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ପିଜି କାଉନସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ମିଳୁ ନଥିବାରୁ ସେମାନେ ବାଧ୍ୟ ହୋଇ ଶେଷରେ ଆନ୍ଦୋଳନ କରିଛନ୍ତି। ଏଥି ସହିତ ସେମାନେ ଚେତାବନୀ ଦେଇଛନ୍ତି ଯେ, ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ।

ଅଭିଯୋଗ ଅନୁସାରେ ପିଜି ସେଲଫାଇନାସିଙ୍ଗ ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ମିଳୁନାହିଁ । ଲାଇବ୍ରେରୀ କାର୍ଡ ଦିଆଯାଉନାହିଁ । ସେଲଫାଇନାସିଙ୍ଗ ପିଲା କ’ଣ ବିଶ୍ବବିଦ୍ୟାଳୟର ସାବତ ପୁଅ ବୋଲି ପ୍ରଶ୍ନ କରିଛନ୍ତି। ହଷ୍ଟେଲ ମିଳୁନଥିବା ଅଭିଯୋଗ କଲେ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନ୍ କିଛି ବୁଝୁ ନାହାନ୍ତି । ତେଣୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ର‌ହିବ ।

ଅନ୍ୟପଟେ ପ୍ରତିକ୍ରିୟା ରଖିଛନ୍ତି ପିଜି କାଉନସିଲ ଚେୟାରମ୍ୟାନ୍ ପ୍ରଫେସର ବସନ୍ତ ମଲ୍ଲିକ। ସେ କହିଛନ୍ତି ଯେ, ସମସ୍ୟା ଅଛି ଏବଂ କିଛି ସମାଧାନ ପାଇଁ ଆମେ ଆଲୋଚନା କରୁଛୁ । ଦୁଇ ତିନିଦିନ ଭିତରେ ପିଲାଙ୍କୁ ଲାଇବ୍ରେରୀ କାର୍ଡ ଓ ହଷ୍ଟେଲ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର