ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ 

ଆଲୋକମାଳାରେ ଝଲସିଲା ସହର

 

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫେରନ୍ସିଂରେ ହିଞ୍ଜିଳିକାଟୁର ନୂତନ ବସ୍ ଟର୍ମିନାଲ, ନୂତନ ମେଡିକାଲ୍ କୋଠା, ଦେଉଳବନ୍ଧ ଓ ନେତାଜୀ ପାର୍କ ସମେତ ୧୪ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଉପସ୍ଥିତ ଥିଲେ। ହିଞ୍ଜିଳିକାଟୁରେ ଉଦ୍‌ଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରାଏ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ହିଞ୍ଜିଳି ବିଧାୟକଙ୍କ ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷ ଏନ୍‌.ରଘୁନାଥ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ବିଡିଓ ପ୍ରସନ୍ନ କୁମାର ପାତ୍ର,  ପୌରପରିଷଦ କାଯ୍ୟନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୂର୍ବତନ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ନଗର ସଭାପତି ଭୀମସେନ ବେହେରା, ପବିତ୍ରମୋହନ ପାଣିଗ୍ରାହୀ, ମହନ୍ତ ହରିହର ଦାଶ, ଯୁବ ସଭାପତି ସଞ୍ଜୟ ପଣ୍ଡା, ଡି.ବିଶ୍ବନାଥ, ସୁବାସ ପୋଲାଇ ଓ ନୀଳମଣି ପଟ୍ଟନାୟକଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।।
ସମସ୍ତ ପ୍ରକଳ୍ପ ଅର୍ଥାତ ଆରଏମ୍‌ସି ଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ନୂତନ ବସ୍ ଟର୍ମିନାଲ୍‌ର ଆଲୋକୀକରଣ ଓ ଦେଉଳବନ୍ଧର ସୌନ୍ଦର୍ଯ୍ୟୀକରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଭାରୀଯାନ ଚଳାଚଳକୁ ୧ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। ସେହିପରି ଅନ୍ୟ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆରଏମସି ଓ ପୌରପାଳିକା ବଜାର ଗୃହ, ପରିବା ଭେଣ୍ଡିଂଜୋନ୍, ଆରଏମସିର ନାମ ଓ ଲ୍ୟାବ ଗୃହ, ପୌର ଅତିଥି ଭବନ, ଶୀତଳ ଭଣ୍ଡାର, ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର, ରାମଚନ୍ଦ୍ରପୁରରେ ମିନି କଲ୍ୟାଣ ମଣ୍ଡପ ଓ  କରୁଣାକର ମାର୍ଗ ସ୍ଥିତ ମିନି କଲ୍ୟାଣ ମଣ୍ଡପ ଆଜି ଉଦ୍‌ଘାଟିତ ହୋଇଥିଲା।
ସମ୍ବନ୍ଧିତ ଖବର