ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା

କଟକ: କଟକ ପୁରୀଘାଟ ଥାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ। ‌ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିବା ନେଇ ଏହି ଅଭିଯୋଗ କରିଛନ୍ତି ବର୍ଷା। ତେବେ ଏତଲାରେ ବର୍ଷା ଅଭିଯୋଗ କରିଛନ୍ତି ଯେ, ମନଗଢ଼ା ଭିଡ଼ିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯେଉଁଥିରେ ବାର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି। ଏପରିକି ବର୍ଷାଙ୍କ ନାରୀତ୍ୱକୁ ଅପମାନ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଛଡାଇ ନେଉଛନ୍ତି।

ସୂଚନା ଅନୁଯାୟୀ, ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ ସାଂସଦ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ଅନେକ ଥର ଏତଲା ଦେଇଥିବାବେଳେ ଅନୁଭବ ସୋସିଆଲ ମଡ଼ିଆରେ ପୋଷ୍ଟ କରିଥିବା ଭିଡ଼ିଓ, ଯାହାକି ବର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଥିବା ବର୍ଷା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି। ନିଜର ୟୁଟ୍ୟୁବ୍‌ ଚାନେଲରେ ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ଶୀର୍ଷକ ଭିଡିଓର ୨ୟ ଭାଗ ସେୟାର କରିଛନ୍ତି। ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚଳିଆସିଥିବା ଟଣାଓଟରା ଉପରୁ ପରଦା ହଟାଇଛନ୍ତି। ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।

ଶନିବାର ଜାରି ହୋଇଥିବା ଭିଡିଓରେ ଅନୁଭବ କହିଛନ୍ତି ଯେ, ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କୁ ‘ସ୍ବାମୀର ଅଧିକାର’ ଦେଇ ନଥିଲେ। ତେଣୁ ସେ ବାଧ୍ୟ ହୋଇ ଛାଡ଼ପତ୍ର ଆବେଦନ କରିଥିଲେ। ଏହି ଭିଡିଓ ଜରିଆରେ ଅନୁଭବ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ‌କି ବିବାହ ପରେ ବର୍ଷା ତାଙ୍କ ସହ ‘ଶାରୀରିକ ସଂପର୍କ’ ସ୍ଥାପନ ଲାଗି ଅନୁମତି ଦେଇ ନଥିଲେ, ଯାହାକୁ ଅନୁଭବ ସମ୍ମାନ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସଂପର୍କ ଅତ୍ୟନ୍ତ ପବିତ୍ର। ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରିନାହାନ୍ତି। ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି ଆସିଛନ୍ତି। ଏହି ଅଭିଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି। ସେ ନିଜକୁ ‘ମ୍ୟାରେଡ ବ୍ୟଚେଲର’ ବୋଲି କହିଛନ୍ତି।

ଅନୁଭବ ଦାବି କରିଛନ୍ତି ଯେ, କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରି ତାଙ୍କୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ଦ୍ବାରା ବର୍ଷା ପରୋକ୍ଷରେ ବ୍ୟବହୃତ ହେଉଥିଲେ ହେଁ, ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି ଅନୁଭବ। ଯେହେତୁ ତାଙ୍କ କଥା କେହି ଶୁଣୁନାହାନ୍ତି, ଗଣମାଧ୍ୟମ ଗୁରୁତ୍ବ ଦେଉନାହାନ୍ତି, ତେଣୁ ଏହି ଭିଡିଓ ମାଧ୍ୟମରେ ସବୁକିଛି ଜଣାଇବାକୁ ଚାହିଁଛନ୍ତି। ଭିଡିଓରେ ଅନୁଭବ ‘ସତ’ କହୁଥିବା ଦାବି କରିଛନ୍ତି ଓ ସେ ତାଙ୍କୁ ନ୍ୟାୟ ମିଳୁ, ସତ୍ୟର ଜୟ ହେଉ ବୋଲି କହିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର