ଭବାନୀପାଟଣା : ବେଦାନ୍ତର 'ନନ୍ଦ ଘର' ପରିଯୋଜନାରେ ଇଣ୍ଟରଆକ୍ଟିଭ ଭଏସ୍ ରେସପନ୍ସ ସିଷ୍ଟମ୍ (ଆଇଭିଆରଏସ୍) ଦ୍ୱାରା ଓଡିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ଗାଁର କୁନି କୁନି ଛୁଆଙ୍କ ପାଇଁ ଇ-ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ ହୋଇଛି। ଗରିବ ଶ୍ରେଣୀର ପରିବାର ଯାହାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ, ଆଇଭିଆରଏସ ପଦ୍ଧତି ମାଧ୍ୟମରେ ଇ-ଶିକ୍ଷା ସାମଗ୍ରୀ ଯୋଗାଇଦିଆଯାଉଛି ଯାହାଦ୍ୱାରା କୁନି କୁନି ଛୁଆ ମାନେ ଘରୋଇ ପାଠପଢା କରିପାରିବେ। ପୂର୍ବରୁ ଇ-ଶିକ୍ଷା ପ୍ରଣାଳୀ ମାଧ୍ୟମରେ ନନ୍ଦ ଘରରେ ଛଅ ବର୍ଷରୁ କମ ବୟସର ଅଧ୍ୟୟନରତ ଛୁଆଙ୍କ ପିତାମାତାଙ୍କୁ ନେଇ ଏକ ହ୍ୱାଟ୍ସ-ଆପ ଗୃପ ଗଠନ କରାଯାଇ ଇ-ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ କରାଯାଉଛି। କୋଭିଡ-୧୯ର ବ୍ୟାପକତା ସମୟରେ ଯେତେବେଳେ ନନ୍ଦ ଘର ବନ୍ଦ ଅଛି, ଛୁଆମାନେ ଯେପରି ପାଠପଢ଼ାରୁ ବଞ୍ଚିତ ନରହିବେ ସେଥିପାଇଁ ଏହି ପଦ୍ଧତି ବେଶ ଲାଭଦାୟକ ହୋଇପାରିଛି। ବର୍ତ୍ତମାନ ଆଇଭିଆରଏସ୍ ପ୍ରଣାଳୀର କାର୍ଯ୍ୟକାରିତା ଯୋଗୁଁ ଗରିବ ଶ୍ରେଣୀର ପରିବାର ଯାହାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ, ସେମାନେ ମଧ୍ୟ ଘରେ ରହି ପାଠପଢା ସୁରୁଖୁରୁରେ ଜାରି ରଖିପାରିବେ।
ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟପାରୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା କହିଛନ୍ତି ଯେ କଳାହାଣ୍ଡି ତଥା ପଶ୍ଚିମ-ଓଡ଼ିଶାର ପାର୍ଶ୍ଵବର୍ତ୍ତୀ କ୍ଷେତ୍ରରେ ସାମାଜିକ-ଆର୍ଥିକ ପରିବର୍ତ୍ତନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବେଦାନ୍ତ ପ୍ରତିବଦ୍ଧ ରହିଛି। ଆମେ ବିଶ୍ୱାସ କରୁ ଯେ ଉନ୍ନତ ଜୀବନ ଶୈଳୀ ପାଇଁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ପ୍ରଥମ ପ୍ରୟାସ ଅଟେ । ବେଦାନ୍ତ ଏ କ୍ଷେତ୍ରରେ ଶିକ୍ଷା କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ କରିବାପାଇଁ ପ୍ରୟାସରତ ରହିଛି। ମହାମାରୀ ସମୟରେ ଗ୍ରାମୀଣ ଗରିବ ଶ୍ରେଣୀର ପରିବାରର ଶିଶୁଙ୍କ ଅଧ୍ୟୟନ ଜାରି ରଖିବାରେ ସହାୟତା କରିବା ପାଇଁ ନନ୍ଦ ଘର ପରିଯୋଜନା ଇ-ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟକାରୀ କରି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବର୍ତ୍ତମାନ ଆଇଭିଆରଏସ୍ର ଆରମ୍ଭ ଏ ଦିଗରେ ଆମର ପ୍ରୟାସକୁ ଆହୁରି ସୁଦୃଢ କରିବ ବୋଲି ଆଶା ଏବଂ ବିଶ୍ୱାସ ରହିଛି। ଏହି ଇ-ଶିକ୍ଷା ପ୍ରଣାଳୀ ମାଧ୍ୟମରେ ଛଅବର୍ଷରୁ କମ ବୟସର ଛୁଆଙ୍କ ପାଇଁ ଗଳ୍ପ, କ୍ଷୁଦ୍ର କବିତା, ଘରୋଇ ଖେଳ-କୁଦ ସହିତ ନୈତିକବୋଧ ଶିକ୍ଷା ପ୍ରଭୃତି ବ୍ୟବସ୍ଥା ରହିଛି। ତୃଣମୂଳସ୍ତରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏହି ବ୍ୟବସ୍ଥା ଶିଶୁଙ୍କ ଶିକ୍ଷାରେ ପିତାମାତାଙ୍କ ଯୋଗଦାନକୁ ଆହୁରି ବଳବତ୍ତର କରିବାରେ ସହାୟକ ହୋଇପାରୁଛି। ବର୍ତ୍ତମାନର କାରଣ ସଂକ୍ରମଣ ପରିସ୍ଥିତିରେ ଯେତେବେଳେ ବିଦ୍ୟାଳୟ, ଅଙ୍ଗନବାଡି ଏବଂ ନନ୍ଦ ଘର ବନ୍ଦ ଅଛି, ୫୦ଟି ନନ୍ଦ ଘରରେ ଅଧ୍ୟୟନରତ ୧୨୦୦ରୁ ଉର୍ଦ୍ଧ୍ବ ଶିଶୁ ନିଜର ଶିକ୍ଷା ଜାରି ରଖିପାରିଛନ୍ତି।
ଏହାକୁ ନେଇ ନନ୍ଦ ଘର ପରିଯୋଜନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଋତୁ ଝିଙ୍ଗନ କହିଛନ୍ତି ଯେ ସାମ୍ପ୍ରତିକ ମହାମାରୀର ବ୍ୟାପକତା ସମୟରେ ଶିଶୁଙ୍କ ନିରନ୍ତର ଶିକ୍ଷା ପାଇଁ ନୂତନ ପଦକ୍ଷେପ ନେବା ସହିତ ସେମାନଙ୍କ ପାଠପଢା ପ୍ରତି ରୁଚି ବଜାୟ ରଖିବା ନିତାନ୍ତ ଜରୁରୀ। ଓଡ଼ିଆ ଭାଷାରେ ଇ- ଶିକ୍ଷା ଭିଡିଓ ଏବଂ ଆଇ.ଭି.ଆର.ଏସ୍. ସହାୟତାରେ ଆମେ ଏହା ସୁନିଶ୍ଚିତ କରିବା ପାଇଁ ପ୍ରୟାସରତ ଯେ କୌଣସି ଶିଶୁ ଶିକ୍ଷା ଗ୍ରହଣରୁ ବଞ୍ଚିତ ନରୁହନ୍ତୁ। ଇ-ଶିକ୍ଷା ବିଷୟବସ୍ତୁର ପ୍ରସ୍ତୁତିଠାରୁ ଆରମ୍ଭକରି ଛୁଆଙ୍କ ପାଖରେ ପହଞ୍ଚାଇବା ପର୍ଯ୍ୟନ୍ତ ବେଦାନ୍ତର ଯୋଗଦାନ ବେଶ ପ୍ରଶଂସନୀୟ। ବର୍ତ୍ତମାନ ଆଇ.ଭି.ଆର.ଏସ୍.ର କାର୍ଯ୍ୟକାରିତା ଯୋଗୁଁ ଯେଉଁମାନଙ୍କ ପାଖରେ ଫିଚର ଫୋନ ନାହିଁ, ସେମାନେ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ। ମହିଳା ଏବଂ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ସକାଶେ ଦେଶର ସାତଟି ରାଜ୍ୟରେ ବେଦାନ୍ତ ୧୪୦୦ଟି ନନ୍ଦ ଘର ପରିଚାଳନା କରୁଛି। ଦେଶର ୪୦ ଲକ୍ଷ ନାଗରିକଙ୍କ ଜୀବନଯାପନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏହି ପରିଯୋଜନାର ମୁଖ୍ୟ ଲକ୍ଷ୍ୟ। ପ୍ରତିବର୍ଷ ପ୍ରାୟତଃ ୨,୦୦,୦୦୦ ଶିଶୁ ଏବଂ ୧,୮୦,୦୦୦ ମହିଳା ଏଥିରୁ ଲାଭାନ୍ବିତ ହୋଇପାରୁଛନ୍ତି। ବେଦାନ୍ତ ଭାରତର ବୃହତ୍ତମ ଆଲୁମିନିୟମ ଏବଂ ଆଲୁମିନା ଉତ୍ପାଦକ ହୋଇଥିବାବେଳେ ୨୦୦୭ ପରଠାରୁ ଲାଞ୍ଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସଞ୍ଚାଳନ କରିବା ସହ ନିଜସ୍ୱ ୯୦ ମେଗାୱାଟର ପାୱାର ପ୍ଲାଣ୍ଟରେ ନିଜସ୍ୱ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି।